ଧନୁତୀର  ଉଠାଇଲେ ଲକ୍ଷ୍ମଣ 

0

ବାରିପଦା(ଦିଲ୍ଲୀପ ମହାନ୍ତି )-  ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଦୁଇଦିନ ତଳେ ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିବା ବେଳେ ରବିବାର ଦିନ ଧନୁ ଧାରଣ କରି ଝାରଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗ ଦେଇଛନ୍ତି ।  ଝାରଖଣ୍ଡ ରାଜଧାନୀ ରାଞ୍ଚି ଠାରେ ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଉପସ୍ଥିତିରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଲକ୍ଷ୍ମଣ ଜେଏମଏମରେ ଯୋଗ  ଦେଇଛନ୍ତି | ସୂଚନାଯୋଗ୍ୟ  ଶ୍ରୀଟୁଡ଼ୁଙ୍କ ଦଳ ଛାଡିବା ବେଳେ କହିଥିଲେ ଯେ ବିଜୁ ଜନତା ଦଳରେ ବିଜୁ ଆଦର୍ଶ ଆଉ ଦେଖିବାକୁ ମିଳୁ ନାହିଁ । ଦଳ ବର୍ତ୍ତମାନ ଏକ କର୍ପୋରେଟ ସେକ୍ଟରରେ ପରିଣତ ହୋଇସାରିଛି । ପୁରୁଣା ନେତାମାନଙ୍କୁ ଏକ ଅଦରକାରୀ ବସ୍ତୁ ଭଳି ଅଣଦେଖା ପ୍ରଦର୍ଶନ କରାଯାଉଛି ।  କୋଣଠେସା ହୋଇ କେତେଦିନ ଦଳରେ ପଡ଼ି ରହିବି । ତା ଅପେକ୍ଷା ଦଳ ତ୍ୟାଗ କରିଦେବା ସବୁଠାରୁ ଭଲ । ବାରିପଦାରେ ସମସ୍ତ ସାମ୍ବାଦିକମାନଙ୍କୁ ଡ଼କାଇ ଦଳ ତ୍ୟାଗ କରିବାର କାରଣ ଉପସ୍ଥାପନ କରିବେ ବୋଲି କହିଥିଲେ |

 

 

Leave A Reply

Your email address will not be published.