ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଇକ୍ ଚାଳକ ମୃତ ।

0

ସାରସକଣା :: ଶାସକ ପ୍ରଶାସକ ସ୍ଥାନୀୟ ସାରସ କଣା ବ୍ଳକ୍ ଅନ୍ତର୍ଗତ ଜେରକାଣି ଗ୍ରାମର ଶ୍ରୀ ହେମନ୍ତ କୁମାର ନାଏକ ଙ୍କ ପରଲୋକ ହୋଇଯାଇଛି ସୂଚନା ଅନୁସାରେ ଶ୍ରୀ ନାଏକ ସାରସକଣା ବଜାରରୁ ମାର୍କେଟିଂ କରି OD11 4225 ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ନିକଟବର୍ତ୍ତୀ ଖେରୁଣା ଗ୍ରାମ ରେ ଥିବା ଠାକୁରାଣୀ ମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଝାଡପୋଖରିଆ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ପ୍ରଥମେ ଶିର୍ଶା ଗୋଷ୍ଠୀ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପରବର୍ତ୍ତୀ ସମୟରେ ଥାନା କେସ ନମ୍ବର ୨୨୫/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପି.ଆର .ଏମ .ଡାକ୍ତରଖାନା କୁ ପଠାଯାଇଛି ।

ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

Leave A Reply

Your email address will not be published.