ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା

0

ପଦ୍ମପୁର, (ନୀଳ ଦୀପ).- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତା ରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ  ହୋଇ ଯାଇ ଅଛି । ସରାଇକେଲା ରୁ ଧୁମାଭଟା ଯାଏଁ  ଅନୁଷ୍ଠିତ  ଏହି ପଦ ଯାତ୍ରାରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଜନ ସମ୍ପର୍କ ପଦ ଯାତ୍ରା କେବଳ ଏକ ଯାତ୍ରା ନହୋଇ ଲୋକଙ୍କର ସମସ୍ୟାର ସମଧାନ ପାଇଁ ଯାତ୍ରା ସାଧାରଣ ଜନତାଙ୍କ ବିକାଶର ଯାତ୍ର ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ବରିହା କହିଥିବା ବେଳେ, ଉକ୍ତ ସଭାରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ, ପାଇକମାଲ ବ୍ଲକ ବିଜେଡି ସଂଗଠକ ହୃଦାନନ୍ଦ ବାରିକ, ପାଇକମାଲ ସରପଂଚ ଧବଳେଶ୍ୱର ସାହୁ,  ଚର୍ଦ୍ଧାପାଲି ସରପଂଚ ଗିରିଶ ନାୟକଙ୍କ ସହ ବ୍ଲକର ସମସ୍ତ ସରପଂଚ ତଥା ସମିତି ସଭ୍ୟଙ୍କ ସମେତ ବିଜେଡି କର୍ମୀ  ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । 

Leave A Reply

Your email address will not be published.