ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

0

ସୁନ୍ଦରଗଡ଼, ୦୨/୦୯/୨୩(ବସନ୍ତ କୁମାର ଜେନା ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି।
ଦୁଇ ଦିନ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ରେ ସରକାରଙ୍କ ପ୍ରଦତ୍ତ ୮ ଟି ସରକାରୀ ଯୋଜନା ଯଥା – ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ହସ୍ପିଟାଲ, ୫ ଟି ହାଇ ସ୍କୁଲ ରୂପାନ୍ତରିକରଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମମତା ଯୋଜନା, ମିଶନ ଶକ୍ତି, ମଧୁବାବୁ ପେନସନ ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା, ଫସଲ ବୀମା ଯୋଜନା , ଫସଲ ଋଣ ରିହାତି, କ୍ରୀଡ଼ା ଆଦି ଯୋଜନା ଉପରେ ସଂପୃକ୍ତ ବିଭାଗ ର ଅଧିକାରୀ ମାନଙ୍କ ଦ୍ଵାରା ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ ର ଉପସଭାପତି ଏବଂ ସଂପୃକ୍ତ ବ୍ଲକ ରୁ ଆସିଥିବା ବରିଷ୍ଠ କଳାକାର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି ଅବସରରେ ରାଜ୍ୟ
ସଂସାଧନ ସଭ୍ୟ ଡ଼. ଅଜୟ କୁମାର ମିଶ୍ର ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ କଳାକାର ମାନେ ପ୍ରଶିକ୍ଷଣ ପରେ ନିଜ ନିଜ କ୍ଷେତ୍ରରେ କିଭଳି ଭାବେ ଲୋକକଳା ମାଧ୍ୟମରେ ଏହି ଯୋଜନା ଗୁଡିକ ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । କଳାକାରମାନେ ମଧ୍ୟ ନିଜସ୍ୱ ଢଙ୍ଗରେ ଲୋକକଳା ମାଧ୍ୟମରେ ଏହି ଯୋଜନା ଗୁଡ଼ିକୁ ଉପସ୍ଥାପନ କରିଥଲେ।
ପ୍ରକାଶ ଥାଉକି ଏହି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ପରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ଏବଂ ଚଳିତ ମାସ ୧୫ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ମାନଙ୍କରେ ତୃଣମୂଳ ସ୍ତରରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ପାରମ୍ପରିକ ଲୋକକଳା ମାଧ୍ୟମରେ ସରକାରଙ୍କ ଏହି ସବୁ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ଲୋକଙ୍କ ନିକଟକୁ ପହଞ୍ଚାଇବେ।
ଉଦଯାପନୀ ସନ୍ଧ୍ୟା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଏବଂ ବ୍ଲକ ଅଧିକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁନ୍ଦରଗଡ଼ ଓ ରାଉରକେଲା ନନ୍ଦିନୀ ମୁଣ୍ଡାରୀ ଓ ସୀମା ଫାତିମା ଏକ୍କା, ବଣାଇ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ, ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଶ୍ରୀ ଫକୀର ବାଡ଼ା, ବରିଷ୍ଠ କଳାକାର ଶ୍ରୀ ସୁଦର୍ଶନ ତାଜନ ତଥା ଅନ୍ୟାନ୍ୟ କଳାକାରବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.