ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର -ସାରା ଦେଶରେ ସେପ୍ଟେମ୍ବର 01 କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ପାଳିତ ହୋଇଯାଇଛି ଡ୍ର ଇଭର ମହାସଂଘ ବେଳେ ଆଜି ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକର ଡ୍ରାଇଭର ମହାସଂଘ ତରଫରୁ ସାରସକଣା ଜଗନ୍ନାଥ ମନ୍ଦିରରେ ସମାଜ ସେବୀ ରବୀନ୍ଦ୍ର ନାଥ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧନା କରିବା ସହିତ ଜଗନ୍ନାଥ ମନ୍ଦିରରୁ ବମ୍ବେଛକ ଅଭିମୁଖେ ଏକ ବାଇକ ରାଲି ରେ ବାହାରି ଥିଲେ ଡ୍ରାଇଭର ସଙ୍ଘର ସମସ୍ତ ଡ୍ରାଇଭର ଭାଇ ମାନେ । ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଉପଲକ୍ଷେ ଡ୍ରାଇଭର ଭାଇ ମାନଙ୍କ ସଚେତନ ବାର୍ତ୍ତା ଥିଲା ନିଶା ସେବନ କରି ଗାଡ଼ି ଚଳାନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ ବେପରୁଆ ଗାଡ଼ି ଚଳାନ୍ତୁ ନାହିଁ, ନିଦ ଲାଗିଲେ ଗାଡ଼ି ନ ଚଳେଇ ବିଶ୍ରାମ ନିଅନ୍ତୁ,ମାଲିକ, ଜନସାଧାରଣ ଏବଂ ପ୍ରସାସନକୁ ସମ୍ମାନ ଦିଅନ୍ତୁ,ରାସ୍ତାରେ କୌଣସି ଡ୍ରାଇଭର ଅସୁବିଧାରେ ପଡ଼ିଥିଲେ ତାକୁ ସାହାର୍ଯ୍ୟ ସହଯୋଗ କରନ୍ତୁ, ସମସ୍ତ ଡ୍ରାଇଭର ବନ୍ଧୁ ପରସ୍ପରକୁ ସମ୍ମାନ କରନ୍ତୁ ,ରାସ୍ତାରେ କୌଣସି ଦୁର୍ଘଟଣା ହୋଇଥିଲେ ୧୦୮ କୁ ଫୋନ କରନ୍ତୁ,ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ,ଗାଡ଼ିର ଆବଶ୍ୟକ ଡ଼କ୍ୟୁମେଣ୍ଟ, ଡ୍ରାଇଭିଂ ଲାଇସେନ୍ସ ଏବଂ ଟୁଲ୍ ଟିକସ ପାଖରେ ରଖନ୍ତୁ ,ନିଶାସକ୍ତ ହୋଇ ଗାଡ଼ି ଚଳାନ୍ତୁ ନାହିଁ, ନିଶାମୁକ୍ତ ଡ୍ରାଇଭର ସମାଜ ଗଠନ କରିବା ଲକ୍ଷ ରହିଛି ବୋଲି ଡ୍ରାଇଭର ମହାସଂଘର ସଭାପତି ବିଷ୍ଣୁ ପ୍ରସାଦ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post