ବଜ୍ରପାତରେ ୧୦ ଗାଈ ମୃତ

0

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ସାରିଆପଲ୍ଲୀ ଓ ଇଙ୍ଗିନାଠି ମଧ୍ୟରେ ଥିବା ତୋଟା ରେ ବଜ୍ରପାତ ଯୋଗୁଁ ଜଣେ ଗାଈଆଳ ଙ୍କ ୧୦ ଟି ଗାଈର ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ଗାଈ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ, ବଡପଡା ପଞ୍ଚାୟତ ଅନ୍ତର୍ଗତ ସିରିକୋଇ ଗ୍ରାମ ର ଜୟ ଗୌଡ ୪୦ ରୁ ଊର୍ଦ୍ଧ୍ବ ଗୋରୁ ଧରି ସିରିକୋଇ ଗ୍ରାମ ଅପରପାର୍ଶ୍ବରେ ବଡ ନଦୀ ପାର ହୋଇ ସାରିଆପଲ୍ଲୀ ତୋଟା ମାଳରେ ଚରାଉଥିଲେ। ଅପରାହ୍ନରେ ହଠାତ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା। ଆଉ ବର୍ଷା ଘଡଘଡି ଦେଖି ଜୟ ନିଜ ଗୋରୁ ଙ୍କୁ ଏକ ଗଛ ମୂଳରେ ରଖି ସେଠାରେ ରହିଥିବା ବେଳେ ସେଠାରେ ବଜ୍ରାପାତ ହୋଇଥିଲା। ଏଥିରେ ଜୟ ଗୌଡଙ୍କ ୧୦ ଟି ଗାଈ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଆଉ ଗୋଟିଏ ଗାଈ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅପରପକ୍ଷରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ପ୍ରାଣୀଧନ ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.