ପୋଲିସଙ୍କ ସହିତ ରକ୍ଷାବନ୍ଧନ ପାଳିଲେ NYP ପରିବାର! ଓ ପ୍ରଜାପତି ବ୍ରହ୍ମା କୁମାରୀ

0

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ଜାତୀୟ ଯୁବ ପ୍ରକଳ୍ପ ଆନୁକୂଲ୍ୟରେ ପୋଲିସ ଭାଇ ମାନଙ୍କୁ ସମ୍ମାନ ଦେଇ, ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ଦ୍ୱାରା ନିଆରା ଢଙ୍ଗରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ପ୍ରକାଶ ଥାଉକି ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ଥାନାରେ ଆଜି ମାଧ୍ୟାନ୍ନରେ ଜାତୀୟ ଯୁବ ପ୍ରକଳ୍ପ ସଦସ୍ୟ ଓ ସ୍ବେଛାସେବୀ ମାନେ ପହଂଚି ଥାନାରେ ଉପସ୍ଥିତ ରହିଥିବା ସମସ୍ତ କର୍ମଚାରୀଙ୍କୁ ପରାମ୍ପରା ଅନୁସାରେ ଚନ୍ଦନ ସିନ୍ଦୁର ଲଗାଇ ଫୁଲ ଦେଇ ହାତରେ ରାକ୍ଷୀ ବାନ୍ଧି ବନ୍ଦାପନା କରିଥିଲେ l ସେହିପରି ସଭିଙ୍କ ଭିତରେ ମିଠା ଖାଇ ଖୁସି ମନେଇଥିଲେ l ରାକ୍ଷୀ ପୁର୍ଣିମାରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ପାଇଁ ଆଶୀର୍ବାଦ ମାଗିଥାଏ, ଓ ଭାଇଟିଏ ଭଉଣି କୁ ଆଜୀବନ ସୁରକ୍ଷାର ଆଶୀର୍ବାଦ ଦେଇଥାଏ l ପ୍ରଜାପତି ବ୍ରହ୍ମା କୁମାରୀ ର ଭ ଉଣି ମାନେ ମଧ୍ୟ ରାଖୀ ବାନ୍ଧିଥିଲେ ଏପରି ଏକ ପବିତ୍ର ଦିନରେ ଦେଶକୁ ନିଜର ସମସ୍ତ ସମୟ ଦେଇ ସୁରକ୍ଷା କର୍ମୀ ଭାବେ ଭାରତୀୟ ସେନା, ନୌସେନା, ବାୟୁସେନା, ପୋଲିସ ବାହିନୀ, ଚିକିତ୍ସକ ବର୍ଷ ତମାମ ନିୟୋଜିତ ରହିଥିବା ବେଳେ ନିଜ ପରିବାର ଠାରୁ ମଧ୍ୟ ଦୁରେଇ ରହିଥାନ୍ତି l ଏହାକୁ ଲକ୍ଷକରି ବିଗତ ଛଅ ବର୍ଷ ଧରି ଜାତୀୟ ଯୁବ ପ୍ରକଳ୍ପର ଭଉଣି ସଦସ୍ୟା ମାନେ ସ୍ଥାନୀୟ ପୋଲିସ ଷ୍ଟେସନର କାର୍ଯ୍ୟରତ ପୋଲିସ ଭାଇ ମାନଙ୍କୁ ରକ୍ଷାବନ୍ଧନ ଅବସରରେ ରାକ୍ଷୀ ବାନ୍ଧି ଭାଇ ମାନଙ୍କୁ ପରିବାର ଠାରୁ ଦୂରରେ ରହିଥିବା କଥାକୁ ଭୁଲିବା ପାଇଁ ଉତ୍ସାହିତ କରି ଆସୁଛନ୍ତି |

ସେହିପରି ଚଳିତବର୍ଷ ସଦସ୍ୟା ସବିତା ନାଏକ, ମିନାକ୍ଷୀ ମହାନ୍ତ, ମଧୁବାଲା ରାୟ, ଦେବଯାନି ମହାନ୍ତ, କୟଲ ନାଏକ, କାଞ୍ଚନମାଲା ସାହୁ, ନିବେଦିତା ମହାପାତ୍ର ଙ୍କ ସହିତ ସଭାପତି କୁଞ୍ଜ ବିହାରୀ ସେଠି, ଉପସଭାପତି ଅଶୋକ ପୃଷ୍ଟି, ପତଞ୍ଜଳି ନନ୍ଦ, ମାନସ ପୁଷ୍ଟି ଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଝାରପୋଖରିଆ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ ପରିଶେଷରେ ଥାନାରେ ଏସଆଇ ସୁଧାଂସୁ ସେଠି ଖୁସି ବ୍ୟକ୍ତ କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେl ସେହିପରି ବାରିପଦା ୟୁନିଟର ସଦସସ୍ୟା ପୂଜା ମିଶ୍ର, ମନୀଷା ନନ୍ଦୀ, ମଧୁସ୍ମିତା ପାଣି ଓ ପଦ୍ମାଳୟା ନାଥ ଙ୍କ ଦ୍ଵାରା ବାରିପଦା ଟାଉନ ଥାନାର କାର୍ଯ୍ୟରତ ପୋଲିସ ଭାଇ ମାନଙ୍କୁ ରକ୍ଷାବନ୍ଧନ କରାଯିବା ପରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ପୂର୍ବ ପ୍ରଥାକୁ ଆଗକୁ ନେଇଥିଲେ l ଜାତୀୟ ଏକତା ଏନୱାଇପି ସଂଗଠନର ମୂଳମନ୍ତ୍ର ହୋଇଥିବା ବେଳେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଏକ ଉଦାହରଣ ହୋଇଛି ଲ ଏହି କାର୍ଯ୍ୟକ୍ରମ ରେ ଝାରପୋଖରୀଆ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣି ଭାଇ ମାନେ ଉପସ୍ଥିତ ହୋଇ ସଭିଙ୍କୁ ରାକ୍ଷ ବାନ୍ଧିଥିବା ଦେଖିବାକୁ ମିଳିଥିଲା l 

Leave A Reply

Your email address will not be published.