(ମାହାଙ୍ଗା-ଶାସକ ପ୍ରଶାସକ): ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ଜଣାଶୁଣା ଶିକ୍ଷାବିତ୍ ତଥା ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାର ପ୍ରାକ୍ତନ ପ୍ରଧାନଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ୭୩ ବର୍ଷ ବୟସରେ କଟକ ଠାରେ ପରଲୋକ ଘଟିଛି l ସେ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବେଶ୍ ଜଣାଶୁଣା ଥିଲେ l କଟକ ଠାରେ ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହେବା ପରେ ଜନ୍ମମାଟି ବାଲିପଡିଆ ଗାଆଁକୁ ଶ୍ରୀ ମହାନ୍ତିଙ୍କ ପାର୍ଥିବ ଶରୀରକୁ ନିଆଯାଇ, ଏକ ଶୋକାକୁଳ ପରିବେଶ ଭିତରେ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସତ୍କାର
କରଯାଇଥିଲା l ସେ ଜଣେ ପରୋପକାରୀ ମିଷ୍ଟଭାଷୀ ଆଦର୍ଶ ପ୍ରଧାନଶିକ୍ଷକ ଭାବେ ନିଜ ଦାୟିତ୍ୱ ନିର୍ବାହ କରିଥିଲେ ଓ ଅନେକ ପ୍ରଶଂସାର ଅଧିକାରୀ ଥିଲେ l ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l ଶିକ୍ଷାବିତ୍ ବଟ କିଶୋର ପଣ୍ଡା, ଶାନ୍ତିଲତା ଦେବୀ, କ୍ଷୀରୋଦ ଚନ୍ଦ୍ର ପତି, କିଶୋର ଚନ୍ଦ୍ର ଦାଶ, ପ୍ରଶାନ୍ତ ମହାନ୍ତି, କାହ୍ନୁ ଚରଣ ସାହୁ, ରତ୍ନାକର ମହାନ୍ତି,ଅଖିଳେଶ ମହାନ୍ତି, କମିନିକାନ୍ତ ମହାନ୍ତି, ସ୍ଵାଧୀନ ମହାନ୍ତି, କଳିଙ୍ଗ ମହାନ୍ତି, ପ୍ରକାଶ ମହାନ୍ତି, ଅଲେଖ ଚନ୍ଦ୍ର ଦାସ, ବାବୁଲି ମହାନ୍ତି,ରାମ ଚନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ପାଣି,ରୀଆଜୁଲ ହୋଦା, ନାରାୟଣ ମୁଦୁଲି, ବିଜୟ କୁମାର ଦାସ, ସେକ୍ ଅଫସାର ତୁଲ୍ଲା, ପ୍ରଶାନ୍ତ କୁମାର କର, ପଞ୍ଚାନନ ପଣ୍ଡା, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ବିହାରୀ, ଅମୂଲ୍ୟ ମହାନ୍ତି, ରମାକାନ୍ତ ପଣ୍ଡା, ରଞ୍ଜନ ବଳବନ୍ତରାୟ, ଶ୍ୟାସୁନ୍ଦରପୁର ପଲେଇ, ସୁଦାମ ପଲେଇ, ଭାରତ ଭୂଷଣ ଦାସ, ମାଗୁଣି ଚରଣ ସାମଲ, ସୁଦର୍ଶନ ସାମଲ, ସୁବାସ ବେହେରା, ପନଙ୍ଗ ଭୂଷଣ ଦାସ, ସତ୍ୟଜିତ କିଶୋର ଦାସ, ରବିନ୍ଦ୍ର ବାଗ, ପ୍ରଶାନ୍ତ ପଟ୍ଟନାୟକ, ଶରତ ରାଉତ, ବିଜୟ ମହାପାତ୍ର, ଯତୀନ୍ଦ୍ର ଦାସ, ଗଣେଶ ବିହାରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଂଜଳି ଅର୍ପଣ କରିଥଲେ l
Sign in
Sign in
Recover your password.
A password will be e-mailed to you.