ଭୁବନେଶ୍ୱର, ୨୯/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍) ଅଧିନସ୍ଥ କୃଷି ବିଭାଗ ପକ୍ଷରୁ ୨୦ ଜଣିଆ ପ୍ରତିନିଧି ଦଳକୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ପାଣିକଟା ଗ୍ରାମର କୃଷକମାନଙ୍କୁ ସଚେତନ କରାଇବା ନିମନ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଣିକଟା ଗ୍ରାମବାସୀମାନଙ୍କୁ ‘ବାଇଗଣ ଫସଲରେ କାଣ୍ଡବିନ୍ଧା ପୋକ’ ସମସ୍ୟାର କିପରି ସୁପରିଚାଳନା କରିପାରିବେ ସେ ବିଷୟରେ ଶିକ୍ଷା ଦେଇଥିବା ବେଳେ ଫସଲକୁ ରାସାୟନିକ ସାର ଠାରୁ ଦୂରେଇ ରଖିବା ସହିତ ଜୈବିକ ସାରର ପ୍ରୟୋଜନୀୟତା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମର ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ଚାଷୀମାନେ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଗ୍ରାମସଂଯୋଗୀ କରଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡକ୍ଟର ଅଂଶୁମାନ ଜେନା ଓ ସୋଆ କୃଷି ସଂପ୍ରସାରଣ ବିଭାଗର ସହକାରୀ ପ୍ରଫେସର ସୀମନ୍ତିନୀ ଶାସନୀ ସମସ୍ତ ଅଂଶ ଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.