ଡ଼ଭାରେ ସୁରଭି କାର୍ୟ୍ୟକ୍ରମ ଅନୁଷ୍ଠିତ ।

0

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଡ଼ଭା ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଡ଼ଭା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଗିରନ୍ଧର ହରିଜନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମ ରେ ଡ଼ଭା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦଶରଥ ବରିହା ମୁଖ୍ୟ ଅତିଥି ଭାବରେ,ସମିତିସଭ୍ୟା ଶ୍ରୀମତୀ ଜୟନ୍ତୀ ବରିହା ସମ୍ମାନୀତ ଅତିଥି ଭାବରେ ଏବଂ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ସହକାରୀ ଶିକ୍ଷକ ଅକ୍ଷୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।ଏହି କାର୍ୟ୍ୟକ୍ରମ ରେ ୧୧ଗୋଟି ବିଦ୍ୟାଳୟରୁ ୧୫୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ କାର୍ୟ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.