ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଖୋଲା ଶୌଚମୁକ୍ତ ୱାର୍ଡ  ଘୋଷଣା : ସଚେତନତା ସଭା ଶପଥ ପାଠ ଓ ପଦଯାତ୍ରା ।

0

 Paralakhemundi/Balakrishna Panigrahi :  ସ୍ୱଚ୍ଛ ଭାରତ ମିଶନରେ ପାରଳାଖେମୁଣ୍ଡି ପୌରସଂସ୍ଥା ଅଧିନରେ ଥିବା ୧୬ଗୋଟି ଵାର୍ଡ ମଧ୍ୟରୁ ୬ଗୋଟି ଵାର୍ଡ ସମେତ ତିନୋଟି ଵାର୍ଡ ୩,୬ ଓ ୭ ନମ୍ୱର ଵାର୍ଡକୁ ପୌରସଂସ୍ଥା ପକ୍ଷରୁ ଆନୁଷ୍ଠାନିକ ଭାବେ ସଂପୁର୍ଣ୍ଣ ଖୋଲା ଶୌଚମୁକ୍ତ ଵାର୍ଡ ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ଖୋଲା ଶୌଚମୁକ୍ତ ଵାର୍ଡ ଘୋଷଣାକାର୍ଯ୍ୟକ୍ରମ ସମେତ ସଚେତନତା ସଭା, ଶପଥ ପାଠ ଓ ପଦଯାତ୍ରା ପ୍ରଭୃତି କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗାନ୍ଧିସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୌରସଂସ୍ଥାର ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ଲିମ୍ମାଙ୍କ ସଭାପତିତ୍ୱରେ ଭିନ୍ନଭିନ୍ନ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ପୌରଯନ୍ତ୍ରୀ ବି.ଭେଙ୍କଟ ରମଣ ସହକାରୀ ଯନ୍ତ୍ରୀ ଚମ୍ପତି ସଂଜୀବ, ବରିଷ୍ଠ ଯନ୍ତ୍ରୀ ବି.ଯୁଧିଷ୍ଟିର,ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଗୋପୀନାଥପାଢୀ ଏବଂ ଶୁଭଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇ ଆମ ପରିବେଶକୁ ଆମେ କିଭଳି ନିର୍ମଳ ରଖିବା ଏହା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ । ସବୁବେଳେ ଶୌଚାଳୟ ବ୍ୟବହାର କରିବା ସହ ପରିବେଶ ଚତୁପାର୍ଶ୍ୱ ସଫାସୁତରା ରଖିଲେ ବିଭିନ୍ନ ରୋଗରୁ ଦୁରେଇ ରହି ଆମେ ସୁସ୍ଥରେ ରହିପାରିବା । ଏବଂ ସୁସ୍ଥ ଓ ନୀରୋଗ ଜୀବନ ଯାପନ ପାଇଁ ସ୍ୱଚ୍ଛତାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଏହା ପରେ ସହର ଓ ପରିବେଶକୁ ସୁନ୍ଦର ଓ ସ୍ୱଚ୍ଛତା ରଖିବା ପାଇଁ ପ୍ରତିକ୍ରିୟା ବଦ୍ଧ ହେବା ପାଇଁ ସମସ୍ତଙ୍କୁ ନେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଵାର୍ଡବାସୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ପୌରକର୍ମଚାରୀ ଓ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ସାମିଲ ଥିଲେ । ପରେ ପରେ ସଚେତନତା ପଦଯାତ୍ରାରେ ବିଭିନ୍ନ ପ୍ଲାକାର୍ଡ ମାନ ଧରି ସ୍ୱଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମସ୍ତ ଵାର୍ଡ ଗଳିକନ୍ଦି ପରିକ୍ରମା କରିଥିଲେ । ପୌରସଂସ୍ଥାର କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ, ଘନଶ୍ୟାମ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.