“ବରିଷ୍ଠ ନାଗରିକ ମାନେ ଅଲୋଡା କି ଘୃଣ୍ୟ ନୁହଁନ୍ତି ସେମାନେ ସମାଜର ଅମୁଲ୍ୟ ସଂପଦ”

0

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସଚେତନତା ସଭା, ଚକ୍ଷୁଚିକିତ୍ସା, ମଧୁମେହ ଓ ରକ୍ତଚାପ ପରୀକ୍ଷା ଓ ସମ୍ମାନୀତ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି/ବାଳକୃଷ୍ଣପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆମúନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ସେରଙ୍ଗ ଖ୍ରୀଷ୍ଟିୟାନ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁଚିକିତ୍ସା ଶିବିର କାର୍ଯ୍ୟକ୍ରମ ଉପରେ ଚିକିତ୍ସାଳୟର ନିବେଦିତା ପ୍ରଧାନ ଓ ବିଜୟ ପଟ୍ଟନାୟକ ଯୋଗଦେଇ ୨୬୨ଜଣଙ୍କ ଚକ୍ଷୁଚିକିତ୍ସା ପରୀକ୍ଷା କରିଥିଲେ । ସେହିଭଳି ଡଃ.ସୁନିଲ କୁମାର ଗନ୍ତାୟତ ଏବଂ ଏ.ଡି.ଏମ.ଓ ଡଃ. ଭି.ଲୋକନାଥ ରାଜୁ ଯୋଗଦେଇ ଶତାଧିକ ସଂଖ୍ୟାରେ ବରିଷ୍ଠ ନାଗରିକ ବୁଦ୍ଧିଜୀବୀଙ୍କ ରକ୍ତଚାପ ଓ ସୁଗେର-ମଧୁମେହ ପରିକ୍ଷା କରିଥିଲେ । ସମସ୍ତ ପରିକ୍ଷାର୍ଥୀଙ୍କୁ ଆବଶ୍ୟକୀୟ ଔଷଧ ସବୁ ମାଗଣାରେ ଦିଆଯାଇଥିଲା । ମଧ୍ୟାହ୍ନରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଅଧିକାରୀ ରବିନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଏ.ଡି.ଏମ.ଓ ଡଃ ଭି.ଲୋକନାଥ ରାଜୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ସେରଙ୍ଗ ଚକ୍ଷୁଚିକିତ୍ସାଳୟର ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ଅଲୋଡା କି ଘୃଣ୍ୟ ନୁହଁନ୍ତି ସେମାନେ ସମାଜର ସଂପଦ, ସେମାନଙ୍କୁ ଅବହେଳିତ ନକରି ତାଙ୍କୁ ସୁରକ୍ଷା ସମ୍ମାନ ଓ ସ୍ୱାଭିମାନ ସହ ବଞ୍ଚିବାକୁ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ପିଲାମାନଙ୍କୁ ସାମାଜିକ ଦାୟିତ୍ୱବୋଧ ଉପରେ ସଂସ୍କାରମୁଳକ ଶିକ୍ଷା ଦେବା ଉଚିତ । ସେମାନଙ୍କ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେମାନଙ୍କୁ ଆତ୍ମ ସମ୍ମାନର ସହ ବଞ୍ଚିବାକୁ ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ ।  ଚକ୍ଷୁ ପରୀକ୍ଷାରେ ୬୧ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସମ୍ମତି ହୋଇଥିବା ବେଳେ ୧୧ଜଣଙ୍କୁ ଚଷମା ଦିଆଯାଇଥିଲା । ସାଲ ଓ ଟି.ସାର୍ଟ ବଣ୍ଟନ ହୋଇଥିଲା । ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଜଣ ବରିଷ୍ଠ ନାଗରିକ ଶିକ୍ଷାବିତ୍‍ ଗୌରଚନ୍ଦ୍ର ପଣ୍ଡା, ବନମାଳି ମହାପାତ୍ର ଏବଂ ବରିଷ୍ଠ ସାମ୍ୱାଦିକ ନବୀନାନନ୍ଦ ଗନ୍ତାୟତଙ୍କୁ ମାନପତ୍ର ଉପଢୋକନ ଓ ଅର୍ଥ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.