ଜୀବନକୁ ବାଜି ଲଗାଇ ମାଫିଆଙ୍କ ଟ୍ରାକ୍ଟର ଆଗରେ ଠିଆ ହୋଇ ଗଲେ ଗାଁର ମହିଳା

14

ଯେଉଁଠି ପ୍ରଶାସନର ନଜର ନାହିଁ, କାମ କରି ଦେଖାଇଲେ ଗାଁ ଲୋକ

ପ୍ରଶାସନ ଏମିତି କଲେ ସରକାରଙ୍କ ଉପରେ ଲୋକଙ୍କ ଭରସା ରହିବ ଟି !!!!

ପଦ୍ମପୁର/ନୀଳ ଦୀପ : ଅଙ୍ଗ ନଦିରୁ ରାତିରେ ଛତିଶଗଡକୁ ବାଲି ଚୋରି ହେଉଥୀବା ସମୟରେ ଗ୍ରାମବାସୀ  ୧୨ ଗୋଟି ଟାକ୍ଟରକୁ ଧରିବାରେ ସଫଲ ହୋଇଛନ୍ତି । ବରଗଡ ଜିଲ୍ଲା ପାକମାଲ ବ୍ଲକ ସମ୍ବଲପୁରୀ ଗ୍ରାମରେ ଅଙ୍ଗନଦି ଠାରୁ ବାଲି ଚୋରି ହେଉଥିବା ସମୟରେ ଏହି ଘଟଣା ସ୍ତଲକୁ ନିଜେ ପହଂଚି ସମସ୍ତ ଟାକ୍ଟରକୁ ଅଟକାଇଛନ୍ତି ଗ୍ରାମବାସୀ ।    ବରଗଡ ଜିଲ୍ଲ ସିମାନ୍ତ ଏହି ଗ୍ରାମ ଠାରୁ ଛତିସଗଡ ମାତ୍ର ୩ କିମି ତେଣୁ ରାତିରେ ,ସ୍ତାନିୟ କିଛି ଗୁଣ୍ଡାଙ୍କର ସହେଯୋଗରେ ଅଙ୍ଗ ନଦିଠାରୁ ସେମାନେ ହଜାର ହଜାର ଟ୍ରିପ ବାଲି ଚୋରି କରୁଛନ୍ତି । ବହୁ ଦିନ ସହିବାପରେ ତାଙ୍କର ଚୋରି କରୁଥୀବା ଟାକ୍ଟକୁ ,ପ୍ରଥମେ ମହିଲା ମାନେ ଅଗକୁ ଆସି ଟାକ୍ଟର ଅଟକାଇଥିଲେ ଏବଂ ସଫଲ ନହେବା ପରେ ଗ୍ରାମ ଲୋମାନଙ୍କ ସହଯୋଗ  ନେଇ ଟାକ୍ଟମାନଙ୍କୁ ଅଟକାଇଥିଲେ । ଏହି ସବୁ କାଯ୍ୟରେ ସ୍ଥାନୀୟ ସୁରେ ନାମଙ୍କ ଯୁବକ ,ମୁଖ୍ୟ ଭାବରେ ରହି ଛତିଶଗଡକୁ ଚୋରା ବାଲି ପଠାଉଥିବା ଅଭିଯୋଗ ହେଉଛି  । ଗ୍ରାମର ମହିଲା ମାନେ ପ୍ରତିବାଦ କଲେ ଧମକଚମକ ଦେଉଛି । ସେ କହୁଛି ମୋର ସମସ୍ତ ଅଧିକାରି ସହିତ ଦେନଲେଣ ଅଛି, ମୋର କେହି କିଛି କରିପାରିବେନାହିଁ  ବୋଲି ଧମକଚମକ ଦେଉଛିଥୀବା  ଗ୍ରାମର ଲୋକ ଅଭିଯୋଗ  କରୁଛନ୍ତି । ହେଲେ ଆଜି ସାହାସକରି ଗ୍ରାମ ବାସି ସମସ୍ତ ଟାକ୍ଟରକୁ ଅଟକାଇଛନ୍ତି ଏବଂ ପୋଲିସକୁ ଦେଇଛନ୍ତ ।   ଅଙ୍ଗନଦିର ବାଲି ଏବେ ମହଙ୍ଗାହେଇ ଯାଉଛି ସ୍ତାନିୟ ନିଦି କୂଳ ଲୋକ ମାନଙ୍କୁ ,କୌଣସି ଇନ୍ଦିରା ଆବାସ ଗୃହ ତିଆରିପାଇଁ ମଧ୍ୟ ବାଲି ନେଲେ ଗୁଣ୍ଡାମନେ ଟଙ୍କା ଆଦାୟ କରୁଛନ୍ତି । ଛତିସଗଡରେ ନାହି ନଥିବା ଦରରେ ବାଲି ବିକ୍ରୟ କରି ଦେଉଥିବାରୁ ,ହଜାର ହଜାର ଟ୍ରାକ୍ଟର ଆସି ବାଲି ଚୋରି କରୁଛନ୍ତି,ତେଣୁ ଏହି ପରିସ୍ତୀତି ଦେଖା ଦେଇଛି । ହେଲେ ବାଲି ଚୋରି କରୁଥିବା ଚୋର ମାନଙ୍କୁ ,ଲୋକ ମାନେ ଧରିଲେ ,ମାତ୍ରକିଛି ପଇସା ଚାଲାନ କାଟି, ବିଭିନ୍ନ ନିୟମଦେଖାଇ ଛାଡି ଦେଉଛନ୍ତି ସରକାରୀ ବାବୁ  । ଆଜି ଖବର ପାଇ ଆସିଥିବା ପଦ୍ମପୁର ଅଡିସନାଲ ତହସିଲଦାର  ପୁଣି କିଛି ଟଙ୍କାର ଚାଲାନ କାଟିଛନ୍ତି ମାତ୍ର ।  ଲୋକଙ୍କୁ ଏପରି ଅବହେଲା କରି ଗୁଣ୍ଡାମାନଙ୍କୁ ପ୍ରଶ୍ରୟ  ଦେଲେ ,ଲୋକଙ୍କ ମାନେ ସମଙ୍କର ସରକାର ପ୍ରତି   ଭରସା ରହିବ ନାହିଁ |  ତେଣୁ । ଏହି ଲୋକ ମାନଙ୍କୁ ବିଶ୍ୱାସ ଓ ସୁରକ୍ଷା ଦେବା ଏବେ ସରକାରଙ୍କ କର୍ତବ୍ୟ  ଏବଂ  ବାଲି ଚୋର ମାନଙ୍କ ଉପରେ ନଜର ରଖୀବା ମଧ୍ୟ ସରକାରଙ୍କର ଦାୟିତ୍ୱ  ।

 

Leave A Reply

Your email address will not be published.