ଜଗତସିଂହପୁର,ତା-୨୪.୦୮.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ୟ ସରକାରଙ୍କ ବିଚିତ୍ର ନୀତି ପାଇଁ ବଳିପଡ଼ୁଛନ୍ତି ଗରିବ ଜନତା, କହିଲେ କୁଳ କୁଟୁମ୍ବକୁ ଲାଜ ନକହିଲେ କୁଳ ଭାସିଯାଉଛି l ନବୀନବାବୁ ଯୋଜନା କଲେ ଶିଳ୍ପ ପ୍ରତିଷ୍ଠା ନାଁରେ ଭଣ୍ଡେଇଦେଲେ , ଗରିବଙ୍କ ଉପରେ ଜଗତସିଂହପୁର ପ୍ରଶାସନର ଶକ୍ତ ପ୍ରହାର l ରାଜ୍ୟ ସରକାରଙ୍କୁ ନିବେଦନ ଶିଳ୍ପ ପ୍ରତିଷ୍ଠା ଆମର ମନା ନାହିଁ, ହେଲେ ଆମକୁ ଭଣ୍ଡାନ୍ତୁ ନାହିଁ l ଆମେ ଗରିବ ଲୋକ ବାବୁ ଅଜା ଅମଳରୁ ଏଠି ରହି ଆସୁଛୁ l ଘୁଷୁରୀ ପାଳନ କରି ଆମେ ପରିବାରର ପ୍ରତିପୋଷଣ କରୁ, କୋଉଁଠି କି ଯିବୁ କେମିତି ରହିବୁ, କହିଛନ୍ତି ଏଠାକାର ଲୋକେ l ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତ ବାଖରାବାଗ ଅଞ୍ଚଳରେ ୩୪ ଏକର ଗୋଚର ଅନାବାଦୀ ସରକାରୀ ଜମି ମଧ୍ୟରୁ ୧୦ ଏକର ସରକାରୀ ଜମି ଉପରେ ବିଭିନ୍ନ ଶିଳ୍ପ ସ୍ଥାନ ପ୍ରତିଷ୍ଠା ନିମନ୍ତେ ପ୍ରଥମ ପ୍ରଯ୍ୟାୟରେ ଇଡକୋ କମ୍ପାନୀ ସହାୟତାରେ ଜମି ଅଧିକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ସୀମା ନିର୍ଧାରଣ କରାଯାଇଛି ଏବଂ ବିଭିନ୍ନ ସ୍ଥାନ ନିରୂପଣ କରାଯାଇ ଖୁଣ୍ଟ ପୋତାଯାଇଛି l ହେଲେ ସୀମା ନିର୍ଧାରଣ କାର୍ଯ୍ୟକ୍ରମକୁ ୧୪ ରୁ ଉର୍ଦ୍ଧ ଘୁଷୁରୀୟା ପରିବାର ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି l କାରଣ ପୂର୍ବରୁ ଜଗତସିଂହପୁର ଜିଲ୍ଲାର ପ୍ରଶାସନ ୧୪ ଜଣ ଭୂମିହୀନ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ବଖରାବାଦ ଗ୍ରାମର ଗୋଚର ଅନ୍ୟବାଦୀ ଜମି ମଧ୍ୟରୁ ୧୪ ଘୁଷୁରୀୟ ପରିବାରକୁ ଜମି ପ୍ରଦାନ କରିଛି l ତେବେ ଉକ୍ତ ଜମି ଉପରେ ଗୃହ ନିର୍ମାଣ କରିବା ନିମନ୍ତେ ଇନ୍ଦିରା ଆବାସ ଗୃହ ମଧ୍ୟ ଯୋଗାଇଦେଇଥିବାରୁ ୧୪ ଜଣ ଘୁଷୁରୀୟା ପରିବାର ଅନେକ ବର୍ଷ ହେବ ବସବାସ କରି ଆସୁଛନ୍ତି l ଏବେ ଏବେ ଏହି ଗରିବ ପରିବାରକୁ ଉଛେଦ କରି ଦିଆଗଲେ କଣ କରିବେ ତେବେ ଆମେ ଏଠି ଗୋଟିଏ କଥା କହିବୁ ସରକାରୀ ଯୋଜନା ଜନତାଙ୍କ ପାଇଁ,ସରକାରୀ ଟଙ୍କା l ସାଧାରଣ ଜନତାଙ୍କ ଝାଳ ବୁହା ଟଙ୍କା ଏହାର ସଦୁପଯୋଗ ହୋଉ l ଯେଉଁ ସରକାରୀ ଟଙ୍କାରେ ଗରିବଲୋକମାନେ ମୁଣ୍ଡ ଉପରକୁ ଛାତ ଖଣ୍ଡିଏ କରିଛନ୍ତି l ସେ ସରକାରୀ ଟଙ୍କା ନିଶ୍ଚିୟ ପାଣିରେ ପଡିବ l ଧନ୍ୟ ଆମ ସରକାର, ଧନ୍ୟ ଆମ ପ୍ରଶାସନ l ଏକା କେବଳ ସେ କାଳିଆ ଭରସା, କେବଳ ଦୁଃଖ ଓ ପରିତାପର ବିଷୟ ଜିଲ୍ଲା ପ୍ରଶାସନ ଶିଳ୍ପ ପ୍ରତିଷ୍ଠା ନାଁ ରେ ଅନେକ ଗୋଚର ଓ ଅନାବାଦୀ ଜମି ଥିବା ସତ୍ତ୍ୱ ଘୁଷୁରିଆ ବସ୍ତିକୁ ଅଧିଗ୍ରହଣ କରି ଘରବାଡି ଉଚ୍ଛଦ କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି l ୧୪ ଘୁଷୁରିଆ ପରିବାରକୁ ପ୍ରଶାସନ ଦ୍ଵାର ପ୍ରଦାନ କରାଯାଇଥିବା ଜମିପଟା ଧରି ଏକ ଅଭିନବ ଉପାୟରେ ତାଙ୍କ ବସ୍ତି ଆଗରେ ପ୍ରତିବାଦରେ ବସିଛନ୍ତି l ଘୁଷୁରିଆ ପରିବାରଙ୍କ ଉଚ୍ଚିତ ଦାବି ସମର୍ଥନ ଜଣାଇ ଦଳିତ ନେତା ପ୍ରତିବାଦରେ ସାମିଲ ହେଇଛନ୍ତି l ଯଦି ଏହି ଗରିବ ପରିବାରକୁ ନ୍ୟାର୍ଯ୍ୟ ଦାବିକୁ ପ୍ରଶାସନ କିଛି ପ୍ରତିକାର ନ କଲେ ଆଗକୁ ଆନ୍ଦୋଳନ ବହୁତ ଭୟଙ୍କର ବୋଲି ଦଳିତ ନେତା ଶଙ୍କର ଦାସ କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post