କେନ୍ଦ୍ରାପଡ଼ା:ପ୍ରଫୁଲ୍ଲ କୁମାର ମଲ୍ଲ : ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଧିକାରୀ ଅଭିଯୋଗକାରି ଙ୍କୁ ଦୁର୍ବ୍ୟବହାର କରିବାରୁ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୋମ୍ୟ ରଂଜନ ପାଣିଗ୍ରାହୀଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫାଣ୍ଡି ଅଧିକାରୀଙ୍କ ଗିରଫ ଦାବିରେ କେନ୍ଦ୍ରାପଡ଼ା ସଦର ଥାନା ଆଗରେ ଧାରଣା ଦେଲେ ବୃଦ୍ଧା ଦମ୍ପତି ସଂଯୁକ୍ତା ରାଉତ ଓ ସ୍ୱାମୀ ରମେଶ ରାଉତ । ଏକ ବର୍ଷ ତଳେ ରମେଶ ଙ୍କ ପରିବାରରେ ଜମିବାଡ଼ି ବିବାଦ କୁ ନେଇ ପଡୋଶୀ ଦୁର୍ଯ୍ୟୋଧନ ରାଉତ ଓ ସୁଧାକର ରାଉତ ରମେଶଙ୍କ ସ୍ତ୍ରୀ ସଂଯୁକ୍ତା ରାଉତ ଓ ପୁଅ କମଳ ରାଉତଙ୍କୁ ହାଣି ଥିଲେ । ଯାହାକୁ ନେଇ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୋମ୍ୟ ରଂଜନ ପାଣିଗ୍ରାହୀ ତଦନ୍ତ କରିବା ପରେ ଆସାମୀ ଦୁର୍ଯ୍ୟୋଧନ ଓ ସୁଧାକରଙ୍କ ପରିବାର କୁ କ୍ଲିନ ଚିଟ ଦେଇ କେଶକୁ ମିଥ୍ୟା ବୋଲି ପ୍ରମାଣ କରିଥିଲେ । ଏକ ମାସ ତଳେ ରମେଶଙ୍କ ସ୍ତ୍ରୀ ସଂଯୁକ୍ତା ଓ ପୁଅ କମଳ ଫାଣ୍ଡିକୁ ଏ ବିଷୟରେ ବୁଝିବାକୁ ଯାଇଥିବା ବେଳେ ଫାଣ୍ଡି ଅଧିକାରୀ ସୋମ୍ୟ ରଞ୍ଜନ ପାଣିଗ୍ରାହୀ ମା ପୁଅ ଙ୍କୁ 15000 ଟଙ୍କା ଲାଞ୍ଚ ମାଗିଥିଲେ | ଟଙ୍କା ଦେବାକୁ ମନା କରିବାରୁ ଫାଣ୍ଡି ଅଧିକାରୀ ସୋମ୍ୟ ସେମାନଙ୍କୁ ଦୁର୍ବ୍ୟବହାର କରି ମାଡ଼ ମାରିଥିଲେ । ଏନେଇ ଚାନ୍ଦୋଳ ଫାଣ୍ଡି ଅଧିକାରୀ ଙ୍କ ନାମରେ ଗତ ମାସରେ ସଂଯୁକ୍ତା କେନ୍ଦ୍ରାପଡ଼ା ସଦର ଥାନା ଓ ଏସପି ଙ୍କୁ ଅଭିଯୋଗ କରିବା ସହ ଫାଣ୍ଡି ଅଧିକାରୀଙ୍କ ନାମରେ ଏତଲା ଦେଇଥିଲେ । କିନ୍ତୁ ଏକ ମାସ ହେବ ଫାଣ୍ଡି ଅଧିକାରୀଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଅଭିଯୋଗକରିଣୀ ସଂଯୁକ୍ତା ରାଉତ ଓ ତାଙ୍କ ସ୍ୱାମୀ ରମେଶ ରାଉତ କେନ୍ଦ୍ରାପଡ଼ା ସଦର ଥାନା ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post