ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଶାଖା ସ୍ଥାପନ କରାଯିବା ଦାବୀ ନେଇ  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ।

0

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ସହରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଶାଖା ସ୍ଥାପନ କରାଯିବା ଦାବୀ ନେଇ ଜନସାଧାରଣଙ୍କ ଦସ୍ତଖତ ସମ୍ମଳିତ ଏକ ଦାବୀପତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାରଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି ।ଆଜି ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିଦିନ ଦଳରେ ବୋଡାସମ୍ବର ଯୁବ ସେନାର ଡିଲେଶ୍ବର ବାଗ,ବୁଲୁ ମେହେର,ବରୁଣ ସାହୁ, ମାନସ ସାହୁ,ଭରତ ଓ ସମାଜସେବୀ ନିରୋଜ ଦୋରା  ପ୍ରମୁଖ ସାମିଲ ଥିଲେ ।ଜିଲ୍ଲାପାଳ ମହାଶୟ ଏହି ଉପୋରକ୍ତ ଦାବି ବିଷୟରେ ସହୄଦୟତାର ସହିତ ବିଚାର କରିବେ ବୋଲି ବୋଡାସମ୍ବର ଯୁବ ସେନା ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.