ଗାଇସିଲାଟ/ମନ ଡନସନା – ଗାଇସିଲାଟ ଗଙ୍ଗା ଢାବାରୁ ଭୋଇପାଲି ଗ୍ରାମର ବିଶାଳ ଦ୍ବିପକୁ ଅପହରଣ କରିବା ପରେ ୧୦ ଲକ୍ଷ ଟଙ୍କା ମାଗିଥିଲେ ଏହି ଘଟଣାରେ ୩ଜଣ ଙ୍କୁ କୋର୍ଟ ଚାଲାଣ କରିଛି ଗାଇସିଲାଟ ପୋଲିସ।ସୂଚନା ଅନୁଯାୟୀ ବିଶାଲ ଦ୍ବିପଙ୍କ ସ୍ତ୍ରୀ ରୋଜୀ ଦ୍ବିପ ଗାଇସିଲାଟ ଥାନାରେ ୧୯ ତାରିଖ ଲିଖିତ ଅଭିଯୋଗ କରିଥିଲେ।ବରଗଡ଼ ଆରକ୍ଷୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଖୋଲତାଡ ଆରମ୍ଭ କରିଥିଲେ। ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲା ୧- ବିପ୍ର ପ୍ରସାଦ ମେହେର ଆଗଲପୁର ବଲାଙ୍ଗିର,୨- ଦିଲ୍ଲିପ ସୁନା ଆଗଲପୁର, ବଲାଙ୍ଗିର, ୩- ମନୋଜ କୁମାର ବିଶୋଇ ଅଦବା ଗଜପତି ମୁଖ୍ଯ ଅଭିଯୁକ୍ତ ବିକାଶ ଦୋରା ଫେରାର ରହିଛି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍, ଧଲା ରଂଗର ଡିଜାର କାର ନଂ CG 04 MF 9377 ଜବତ୍ କରିଛି ପୋଲିସ।କେସ୍ ନଂ୧୫୩,ଆଇପିସି ଧାରା ୩୬୪(କ), ୩୬୫,୩୦୭,୩୪ କୋର୍ଟ ଚାଲାଣ କରିଛି ଗାଇସିଲାଟ ପୋଲିସ।
Sign in
Sign in
Recover your password.
A password will be e-mailed to you.
Prev Post
Next Post