ଛତୁଆ ଦୁର୍ନୀତି ରେ ବିଡ଼ିଓ ଙ୍କ ପ୍ରତିକ୍ରିୟା

0

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ୨ଟି ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି l ଗୋଟିଏ ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟଟି ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ l ଏହି ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର ପାଇଁ ଛତୁଆ ବଣ୍ଟନ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏମାନଙ୍କ ଛତୁଆ ନିମ୍ନ ମାନର ଦିଆଯାଉଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବେଲପଡା ବ୍ଳକ ବାଗଦୋର ପଞ୍ଚାୟତ ମାଲପଡା ଗାଁରେ ଗତ ଦୁଇ ଦିନ ତଳେ ସୁଜି ପ୍ୟାକେଟ ନିମ୍ନ ମାନର ଦିଆଯାଉଥିବା ଖବର ପାଇ ସରପଞ୍ଚ ପ୍ରଦୀପ କୁମାର ବେହେରା ତଦନ୍ତ କରିଥିଲେ। ସେଥିରେ ପୋକ ସାଲୁବାଲୁ ଥିବା ଯୋଗୁଁ ତାର ଭିଡିଓ କରି ସମସ୍ତ ଗଣମାଧ୍ୟମ କୁ ଦେଇଥିବା ବେଳେ ଉକ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିପାଇଁ ବେଲପଡା ବ୍ଳକର ଶିଶୁ ପ୍ରକଳ୍ପ ଅଧିକାରୀଣି ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀକୁ ଡାକି ମାମଲା ରଫାଦଫା କରିବା ପାଇଁ ପରାମର୍ଶ ଦେଇଥିବା ଶୁଣିବାକୁ ମିଳେ। ଏ ବିଷୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଙ୍କୁ ପଚାରି ବୁଝିବା ପାଇଁ ଫୋନ କଲେ ମଧ୍ୟ ସେ କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଫୋନ ଉଠାଉନାହାନ୍ତି।ସେ ଶନିବାର ଦିନରୁ ଅନୁପସ୍ଥିତ ଥିବା ବେଳେ ଅଫିସ ରେ ପଚାରିଲେ ମେଡମ କୌଣସି ଏକ ଟ୍ରେନିଂ ରେ ଯାଇଛନ୍ତି ବୋଲି କହୁଛନ୍ତି। ଆମେ ଏ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେଙ୍ଗ କୁ ପଚାରିବାରୁ ସେ କହିଲେ କି ପ୍ରକୃତରେ ନିମ୍ନ ମାନର ଛତୁଆ ଓ ପୋକ ସରସର ସୁଜି ଦିଆଯାଇଛି।ଏ ବିଷୟରେ ଉପଜିଲ୍ଲାପାଳ ଙ୍କୁ କହି ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଛତୁଆ ବଣ୍ଟନ ହଟାଇବା ଓ ନୂତନ ସ୍ବୟଂ ସହାୟକ ଗୋଷ୍ଠୀ କୁ ଦିଆଯିବା ପାଇଁ କୁହାଯିବ। ପ୍ରକୃତ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେଙ୍ଗ ଙ୍କ କଥାଟି ସତ୍ୟ ପ୍ରମାଣିତ ହୋଇ ପ୍ରଭାବ ପଡୁଛି ନାଁ ଗତଥର ଭଲି ଚୁପ୍ ପଡୁଛନ୍ତି ଦେଖିବାକୁ ବାକି ରହିଲା ll

Leave A Reply

Your email address will not be published.