ସାମାଜିକ ସେବା ପାଇଁ ଜିଲ୍ଲାର ଡଃ. ଆଲୋକ କୁମାର ବୋଷଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ପାଇଁ ସମ୍ମାନିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ବିଶ୍ୱ ରେକର୍ଡ ଉତ୍ସବରେ ଡକ୍ଟର ଆଲୋକ କୁମାର ବୋଷ , ଗଜପତି ଜିଲ୍ଲା , ଓଡ଼ିଶା ମାନବ ଅଧିକାର ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ ପାଇଁ ସମ୍ମାନିତ।
ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ , ରାଜସ୍ଥାନର , ଜୟପୁର ସହରର ରାଜସ୍ଥାନ ଅନ୍ତର୍ଜାତୀୟ ଅଡିଟୋରିୟମର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ଡଃ .ଆଲୋକ କୁମାର ବୋଷ ଙ୍କୁ ମାନବ ଅଧିକାର ଏବଂ ସାମାଜିକ ପରିବର୍ତ୍ତନର ସାମାଜିକ ସେବା ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ -୨୦୨୩ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଜୟସ ଭଟ୍ଟ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଡଃ.ଆଲୋକ କୁମାର ବୋଷ , ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ ଉପାଧି ପ୍ରଦାନ କରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଡଃ ‌.ଆଲୋକ କୁମାର ‌ବୋଷ ଅନେକ ରାଜ୍ୟରେ ରାଷ୍ଟ୍ରୀୟ ଉପାଧି ରେ ଅନେକ ଥର ସମାଜ ସେବା ପାଇଁ ସମ୍ମାନିତ ହୋଇଛନ୍ତି।
ମାନବ ଅଧିକାର ଓ ସାମାଜିକ ପରିବର୍ତ୍ତନ ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ପ୍ରମୁଖ ଭୂମିକା ରେ ଓ ମାନବ‌ ସେବାରେ ନିଜକୁ ‌ଉଚ୍ଛର୍ଗିତ କରି ଆଗକୁ ବଢି ଲୋକଙ୍କ ଭିତରେ ରହି ଲୋକ ଙ୍କୁ ସେବା କରି ଆସୁଛନ୍ତି। ରାଜସ୍ଥାନ , ଜୟପୁର ଠାରେ ସମାଜ ସେବା ପାଇଁ ସମ୍ମାନିତ ଡଃ ଆଲୋକ କୁମାର ବୋଷ ଙ୍କୁ ବୁଦ୍ଧି ଜୀବି ମହଲରେ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.