ବିଭିନ୍ନ ଦାବୀ ନେଇ ଘୁ.ଉଦୟଗିରି ନଗର ଏବଂ ବ୍ଲକ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଆଜି ଘୁ.ଉଦୟଗିରି ନଗର ଏବଂ ବ୍ଲକ କଂଗ୍ରେସ ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଜରିଆରେ ୯ ଦଫା ଦାବୀ ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି I ଉକ୍ତ ଦାବୀ ଗୁଡ଼ିକ ହେଲା ବ୍ଲକ ସ୍ତରରେ ଚାଲିଥିବା ୧୫ ରୁ ୫୦ ପ୍ରତିଶତ ପି.ସି କାରବାର ବନ୍ଦ, ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନକୁ ସିଧାସଳଖ ପ୍ରଦାନ କରିବା, ଖାଲି ପଡ଼ିଥିବା ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ପୂରଣ କରିବା, ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧିକୁ ବନ୍ଦ କରିବା, କୃଷିଜାତ ଦ୍ରବ୍ୟ ଅଭାବ ବିକ୍ରି ବନ୍ଦ କରିବା ଓ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ପଇଁ ବ୍ୟବସ୍ଥା କରିବା, ଲୋ ଭଲ୍ଟେଜ ପାୱାର କଟ ଓ ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା ସହ ଟାଟା କମ୍ପାନୀର ଖାଉଟି ମାରଣା ବିଜୁଳୀ ନୀତିକୁ ବନ୍ଦ କରିବା, ଅନୁସୁଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ ନ କରିବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହ ଆର୍ଥିକ ଦୃଷ୍ଟି କୋଣରୁ ସଶକ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ପୋଷଣ ନ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନା ରେ ସାମିଲ କରିବା ଇତ୍ୟାଦି I ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସଦାନନ୍ଦ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଲ୍ଲିକ, ପୂର୍ବତନ ନଗର କଂଗ୍ରେସ ସଭାପତି ଓ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ୱାର୍ଡ଼ ନମ୍ବର ୮ କାଉନସିଲର ଯାକେଶ ପ୍ରଧାନ, ଯୁବନେତା ଦେବାଶିଷ ଦିଗାଳ, ବରିଷ୍ଠ କଂଗ୍ରେସ କର୍ମୀ ବୀରେନ୍ଦ୍ର ମହାମଲ୍ଲିକ, ସୂର୍ଯ୍ୟ କାନ୍ତ ନାୟକ, ନାରିନେତ୍ରୀ ମଧୁଲିନା ଦିଗାଲ, ଆଞ୍ଜୁମ ଅହମଦ, ଜିଖରୀୟ ନାୟକଙ୍କ ସମେତ ପ୍ରବଳ ବର୍ଷା ସତ୍ୱେ ମଧ୍ୟ ଏକ ସହରୁ ଉର୍ଧ୍ଵ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ I ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଥାନାଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I

Leave A Reply

Your email address will not be published.