ବାରିପଦା(ଦିଲ୍ଲୀପ ମହାନ୍ତି )- ଅକ୍ଟୋବର ୧୧ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ବାରିପଦା ମହାବିଦ୍ୟାଳୟର କ୍ୟାମ୍ପସ ଚଳଚଞ୍ଚଳ ହେବା ସହିତ ପ୍ରାକ୍ ନିର୍ବାଚନୀ ହିଂସା ତେଜିବା ଆରମ୍ଭ କରିଥିଲା । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବାରମ୍ବାର ବୋମା ଫୁଟିବାରେ ଲାଗିଥିଲା । ଆଜି ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯିବାର ତାରିଖ ଧାର୍ଯ୍ୟ ହୋଇଥିଲା ; ମାତ୍ର ପାରିପାଶ୍ୱର୍ିକ ପରିସ୍ଥିତି ଆଦିକୁ ବିଚାରକୁ ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ , ବାରିପଦା ମହାବିଦ୍ୟାଳୟ ଓ ବାରିପଦା ସରକାରୀ ମହାବିଦ୍ୟାଳୟ କତ୍ତୃପକ୍ଷ ଶେଷରେ ନିର୍ବାଚନକୁ ବାତିଲ କରାଇବାକୁ ବାଧ୍ୟ ହୋଇଥିଲେ । ସେହିପରି ବାରିପଦା ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଲଙ୍କାକାଣ୍ଡ ଘଟିଥିଲା । ଏଥିରେ ମହାବିଦ୍ୟାଳୟର ଲକ୍ଷଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଅଶାନ୍ତି ପରିଲକ୍ଷିତ ହୋଇଥିଲା । ତଥାପି ଆଜି ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ରହିଥିବା ସଭାପତି, ସମ୍ପାଦକ ଆଦି ବିଭିନ୍ନ ପଦବୀ ନିମନ୍ତେ ଛାତ୍ରଛାତ୍ରୀମାନେ ସେମାନଙ୍କର ସମର୍ଥକମାନଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହିି ନିର୍ବାଚନକୁ ନେଇ ବର୍ତ୍ତମାନ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି ।
Sign in
Sign in
Recover your password.
A password will be e-mailed to you.