ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଅନଶନ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ଅନୁଦାନ ପରିସରଭୂକ୍ତ କରାଯିବା, ଚାକିରୀ ସର୍ତ୍ତାବଳୀ ଆଧାରରେ ଅବସରକାଳୀନ ସୁବିଧା ସୁଯୋଗ ଲାଗୁ କରାଯିବା, ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସପ୍ତମ ବେତନ କମିଶନ ଲାଗୁ କରାଯିବା, ଅନୁଦାନ ଦେବା ଆଳରେ ସତ୍ୟପାଠ ଅଥବା ଲିଖିତ ସୂଚନା ଦେବା ପାଇଁ ଜାରି କରାଯାଇଥିବା ଆଦେଶନାମାର ପ୍ରତ୍ୟାହାର, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ପାଇଁ ଲାଗୁ କରାଯାଇଥିବା ଅନୁକମ୍ପା ମୂଳକ ସହାୟତା ରାଶି ଓ ଇପିଏଫ ବାବଦରେ ଅର୍ଥ ତୁରନ୍ତ ପ୍ରଦାନ କରାଯିବା, ସମସ୍ତ ସ୍କୁଲ ଓ କଲେଜଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନଙ୍କ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାଯିବା ଆଦି ୯ ଦଫା ଦାବି ନେଇ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମଞ୍ଚର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଷ୍ଟିଅରିଂ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନଶନ କରାଯାଇଥିଲା । ଉକ୍ତ ଅନଶନରେ ମୟୂରଭଞ୍ଜ ମିଳିତ ମଞ୍ଚର ଆବାହକ ଚିତ୍ତ ରଞ୍ଜନ ପଳତା, ଭରତ ଚନ୍ଦ୍ର ବରାଳ, ଦୁର୍ଯେ୍ୟାଧନ ବେହେରା, ସତ୍ୟା ନାରାୟଣ ଭୋଳ, ଡ଼କ୍ଟର ଚନ୍ଦ୍ର ଶେଖର ମହାନ୍ତ, ଷ୍ଟିଆରିଂ କମିଟି ସଦସ୍ୟା ଯାଝ୍ଞସେନୀ ରାୟ, ସଂଗ୍ରାମ କେଶରୀ ମଲ୍ଲିକ, ୨୦୪ ଅନୁଦାନ ପ୍ରାପ୍ତ ସ୍କୁଲ, ୬୬୨ ବର୍ଗର ୫୭ କଲେଜ ଓ ୪୮୮ ବର୍ଗର ୩୭ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସମେତ ଓଷ୍ଟାର ମୟୂରଭଞ୍ଜ ଜିଲ୍ଲାର ସଦସ୍ୟ କିଶୋର ଅଚାର୍ଯ୍ୟ, ବିଜୟ ପଣ୍ଡିତ, ବିକାଶ ପଣ୍ଡା, ନାରାୟଣ ବେହୋ, ଯଦୁନାଥ ପାଣିଗ୍ରାହୀ, ସୁବଳ ଦାସମହାପାତ୍ର, ବଳରାମ ଦାସ, ଜ୍ଞାନ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅନଶନକୁ ସମର୍ଥନ ଜଣାଇଥିଲେ ଭାଜପା, କଂଗ୍ରେସ, ସିପିଏମ, ସିପିଆଇ ଓ ଝାମୁମୋ ଆଦି ବିଭିନ୍ନ ରାଜନୈତିକ ଦଳ । ଭାଜପାର ମଳୟ ଜେନା, କବିବିଷ୍ଣୁ ଶତପଥୀ, ପ୍ରକାଶ ସୋରେନ, କଂଗ୍ରେସର ଦୀନକୃଷ୍ଣ, ଝାମୁମୋର ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ସିପିଏମର ହୀରା ମୋହନ ଦାସ,  ପ୍ରମୁଖଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଦାସ, ପ୍ରଦୀପ୍ତ କୁମାର ପଣ୍ଡା, ଯୋଗେନ୍ଦ୍ର ଆଚାର୍ଯ୍ୟ, ନନ୍ କିଶୋର ମହାପାତ୍ର, ପ୍ରବୋଧ ମହାପାତ୍ର ଓ ପ୍ରତିଭା ଦାସ ପ୍ରମୁଖ ଶିକ୍ଷାବିତ୍ମାନେ ଯୋଗ ଦେଇ ସରକାରଙ୍କ ଶିକ୍ଷା ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଅଧିକ ତୀବ୍ର କରାଯିବ ; ଆବଶ୍ୟକ ପଡ଼ିଲେ ଆନ୍ଦୋଳନ  ଭିନ୍ନ ରୂପ ଧାରଣ କରିବ । ସେହି ସମୟରେ ଯେଉଁ ଅପ୍ରିତ୍ତିକର ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ରାଜ୍ୟ ସରକାର ଉତ୍ତରଦାୟୀ ରହିବେ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ । 

Leave A Reply

Your email address will not be published.