ଗାନ୍ଧୀ ଜୟନ୍ତୀ ଉପଲକ୍ଷେ “ବାଲେଶ୍ୱରାଇଟ୍’ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର : ବାଲେଶ୍ୱରବାସୀଙ୍କ ଅନୁଷ୍ଠାନ “ବାଲେଶ୍ୱରାଇଟ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛିା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ “ବାଲେଶ୍ୱରାଇଟ୍’ ସଂସ୍ଥା ପକ୍ଷରୁ “ଜୀବନବିନ୍ଦୁ ଆଶ୍ରମ’ ପରିସରରେ ୬୦ରୁ ଉର୍ଧ୍ଵ  ଅନ୍ତେବାସୀଙ୍କ ସହିତ ସଦସ୍ୟସଦସ୍ୟାମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କର ମହାନ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲୋ ଏହି “ଜୀବନବିନ୍ଦୁ ଆଶ୍ରମ’ର ପିଲାମାନଙ୍କର ମନୋରଞ୍ଜନ ନିମନ୍ତେ “ବାଲେଶ୍ୱରାଇଟ୍’ ପକ୍ଷରୁ ଏକ ସାଉଣ୍ଡବକ୍ସ ପ୍ରଦାନ କରାଯାଇଥିଲାା “ବାଲେଶ୍ୱରାଇଟ୍’ ସଂସ୍ଥା ପକ୍ଷରୁ ଆଶ୍ରମ ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଶେଖରପୁରର ଡ୍ରାଇଭିଂ ଟ୍ରେନିଂ ଟ୍ରାକ ଠାରେ ଇଂଜିନିୟର ସଂଜୟ କୁମାର ବେହେରା, ଆର୍.ଟି.ଓ ଭୁବନେଶ୍ୱର-୨ଙ୍କ ତତ୍ତ୍ୱାବଧାନରେ ସଡ଼କ ସୁରକ୍ଷା ଓ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲାା “ଜୀବନବିନ୍ଦୁ ଆଶ୍ରମ’ର ଛାତ୍ରଛାତ୍ରୀମାନଙ୍କୁ ଖେଳ, ପ୍ରତିଯୋଗିତା, ମନୋରଞ୍ଜନ, ପାଓ୍ୱାରପଏଣ୍ଟ ମାଧ୍ୟମରେ ସଡ଼କ ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲାା ଏହା ଦ୍ୱାରା ଆଶ୍ରମର ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ଉପରେ ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ସଚେତନ ହୋଇ ନିଜକୁ ସୁରକ୍ଷିତ ରଖୀପାରିବୋ ପ୍ରକାଶ ଥାଉ କି, “ବାଲେଶ୍ୱରାଇଟ୍’ ସଂସ୍ଥା ପକ୍ଷରୁ ଅଗଷ୍ଟ ୧୫ ତାରିଖ ଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା | ଆଜିର ଏହି କାର୍ଯ୍ୟକ ମ୍ର ରେ “ବାଲେଶ୍ୱରାଇଟ୍’ର ସଭାପତି ଧର୍ମେନ୍ଦୁ ପଟ୍ଟନାୟକ, ସେକ୍ରେଟେରୀ ସୁବ୍ରତ କୁମାର କର, ଇନ୍ଦିରା ଦତ୍ତ, ଦେବୁ ନାୟକ, ଚନ୍ଦନ ଷଡଙ୍ଗୀ, ସୁବ୍ରତ ସେନାପତି ପ୍ରମୁଖଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ଥିଲୋ 

Leave A Reply

Your email address will not be published.