(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ):- ମାହାଙ୍ଗା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ବୁଧୁବାର ରାତ୍ର ସମୟରେ ଅନୁଷ୍ଠିତ ହୋଇଯାଇଛି l ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୁଇ ଅପରାଧିକ ଘଟଣାର ପର୍ଦାଫାସ କରିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ। କଟକ ଗ୍ରାମାଞ୍ଚଳ ଆଡିସନାଲ ଏସ୍ପି ଙ୍କ ସୂଚନାମୁତାବକ କେଶ ନଂ-208, ତା.6.07.2023 ରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଆଲୋକ ବରାଳ ଏକ ଲିଖିତ ଅଭିଯୋଗ କରିଥିଲେ। ଆଲୋକ ବରାଳ ସାଲେପୁର ସ୍ପନ୍ଦନ ଫାଇନାଶରେ ମ୍ୟାନେଜର ଭାବେ କାମ କରନ୍ତି ତାଙ୍କ ସହକର୍ମୀ ଲିଙ୍ଗରାଜ ପାତ୍ରଙ୍କ ଠାରୁ ଏକ ଆପାଚି ବାଇକରେ ଦୁଇଜଣ ଆସି ମାହାଙ୍ଗା ଥାନା ଆନ୍ଦପୁର ଠାରେ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଏହି ଘଟଣାରେ ମାହାଙ୍ଗା ଥାନା ଅଧିକାରୀ ବିଜୟକୁମାର ମଲ୍ଲିକଙ୍କ ନେତୃତ୍ୱରେ 3ଜଣ ଅପରାଧିକୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ପବିତ୍ର ମୋହନ ମଲ୍ଲିକ, ଖୁଣ୍ଟୁଣି ଥାନା ଅଂଚଳର ଗୁଡୁ ସାମଲ ଓ ମାହାଙ୍ଗା ଥାନା ଅଞ୍ଚଳର ସଂଙ୍କର ଦାସ। ସେମାନଙ୍କ ଠାରୁ ଆପାଚି ବାଇକ, 8ହଜାର ଟଙ୍କା ଓ 3ଗୋଟି ମୋବାଇଲ ଫୋନ ଜବତ ହୋଇଛି । ସେହିପରି କେଶ ନଂ-217, ତା.11.07.2023 ରେ ମାହାଙ୍ଗା ଥାନା ଗୌଡ଼ପଡା ବଜାର ରୁ କୁସୁପୁର ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ଠାରୁ ସୁନା ଚେନ ଓ ଟଙ୍କା ଲୁଟ ଘଟଣାରେ ଦୁଇଜଣଙ୍କୁ ମାହାଙ୍ଗା ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି ସେମାନେ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ଭରତ ଗୁରୁ ଓ ବଳରାମ ସ୍ୱାଇଁ। ସେମାନଙ୍କଠାରୁ ଗୋଟିଏ ସୁନା ଚେନ, 27ହଜାର ଟଙ୍କା ଓ ଗୋଟିଏ ହୁଣ୍ଡା ଆକ୍ଟିଭା ଗାଡି ଜବତ ହୋଇଛି l ଗିରଫ 5ଜଣଙ୍କ ନାମରେ ବିଭନ୍ନ ଥାନାରେ ଏକାଧିକ ମାମଲାଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲା ଗ୍ରାମାଞ୍ଚଳ ଆଡିସନାଲ ଏସ୍ପି କୃଷ୍ଣପ୍ରସାଦ ପଟ୍ଟନାୟକ l ଏହି ସମ୍ମିଳନୀ ରେ ଏସଡିପିଓ ବିମଳ କୁମାର ବାରିକ, ଆଇଆଇସି ବିଜୟ କୁମାର ମଲିକ ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.