ବିପଦପୂର୍ଣ୍ଣ ଅବସ୍ଥା ରେ କାଲୋବାହାଲ ଯାତ୍ରୀ ପ୍ରତୀକ୍ଷାଳୟ !

0

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ କାଲୋବାହାଲ ଯାତ୍ରୀ ପ୍ରତୀକ୍ଷାଳୟଟି ବହୁତ ବର୍ଷ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ଏହି ବସଷ୍ଟାଣ୍ଡ ରେ ପାଖାପାଖି ଲୋକ ମାନେ ଆସି ବସ ଅପେକ୍ଷା ରେ ସବୁବେଳେ ବସି ରହନ୍ତି ! ବସଷ୍ଟାଣ୍ଡ ଘର ଛାତରୁ ସିମେଣ୍ଟ ଖଣ୍ଡ ସବୁ ଖସି ଲୁହା ରଡ଼ ଦେଖାଯାଉଛି ! ଏହି ବସଷ୍ଟାଣ୍ଡ ଟି ଯାତ୍ରୀମାନଙ୍କ ପାଇଁ ବିପଦ ସାଜିଛି କେତେବେଳେ ବି ଛାତ ପଡି ଯିବ କହିହେବ ନାହିଁ ! ଏଣୁ ଯଥା ଶୀଘ୍ର ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରୁଛି !

Leave A Reply

Your email address will not be published.