(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ନିମ୍ବର ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତରୁତୁରେ ହେଉଥିବା ରୋଗ ନିବାରଣ ପାଇଁ ନିମ୍ବ ବ୍ୟବହାର ବିଶଦ ବୁଝାଇଥିଲେ ନିମ୍ବପତ୍ର ବଟା କାଛୁ,ବିସର୍ପ,ଦେହରେ ହେଉଥିବା ବ୍ରଣରେ ଲଗାଇବେ,ଗଣ୍ଠିବାତରେ ପତ୍ର ପୁଡିଆ ସେକ ଦେବେ,ଧଳାକେଶ ପାଇଁ ନାକରେ ପକାଇବେ, ଉକୁଣୀ,ଦାହ, ଅରୁଚି,ବାନ୍ତି, ଗ୍ରହଣୀ, ମୁଣ୍ଡବ୍ୟଥା,କୃମି, ଯକୃତ ରୋଗ,ମୂତ୍ରକୃଚ୍ଛ୍ର, ବସନ୍ତ, କୋଷ୍ଠକାଠିନ୍ୟ, ଜ୍ୱର ପାଇଁ ପତ୍ର ବା ଛାଲିର ରସ ବା କ୍ୱାଥ କାମକରେ, ପତଳା ଝାଡ଼ା ପାଇଁ ନିମ୍ବ ଅଠା ଖାଇବେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିl
ଡ଼ଃ ନକୁଳ ସାହୁ, ଫୋନ 9861450612
Sign in
Sign in
Recover your password.
A password will be e-mailed to you.
Prev Post