କଂସାରୀଗୁଡା ଆଞ୍ଚଳିକ ବିକାଶ ପରିଷଦ କମିଟି ସହ ଉତ୍କଳ ଆଲୁମିନା ର ୟୁନିଟ ହେଡ ମଜହେର ବେଗ ଙ୍କ ସହ ଆଲୋଚନା

0

କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ-କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ କଂସାରୀଗୁଡା ଠାରେ ହେବାକୁ ଥିବା ରିଫାଇନାରୀ  ପ୍ଲାଣ୍ଟ କୁ ନେଇ ଆଜି କଂସାରୀଗୁଡା ଆଞ୍ଚଳିକ ବିକାଶ ପରିଷଦ କମିଟି ସହ ଉତ୍କଳ ଆଲୁମିନା ର ୟୁନିଟ ହେଡ ମଜହେର ବେଗ ଙ୍କ ସହ ଆଲୋଚନା ହୋଇଥିଲା ଓ ଯେ ବର୍ତ୍ତମାନ ରାସ୍ତା ଆଉ ବିଭିନ୍ନ କାମ ଉପରେ ସର୍ବେ ଚାଲିଛି ଓ କିଛି ଦିନ ଭିତରେ ବିଭିନ୍ନ ଜାଗାରେ ରାସ୍ତା କାମ ହେବ ତା ସହ ମାଟ୍ରିକ ପାସ ଯେଉଁମାନେ କରିଛନ୍ତି ସେହି ମାନଙ୍କୁ ଆଗକୁ ପଡିବା ନିମନ୍ତେ କିଛି ଟଙ୍କା ସାହାଯ୍ୟ କରାଯିବ ବୋଲି କମ୍ପାନୀ ର ୟୁନିଟ ହେଡ଼ ମଜହର ବେଗ କହିଛନ୍ତି, ଆଉ ଏବେ ସିଏସଆର ତରଫରୁ କାମ ଆରମ୍ଭ ହେବ ବୋଲି କହିଥିଲେ, ଏହି ସବୁ ଆଞ୍ଚଳିକ ବିକାଶ ପରିଷଦ ସମସ୍ୟା ଗୁଡିକ ବାର ବାର ଜଣାଇଲା ପରେ ଆଜି କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ଗୁଡିକୁ ସମାଧାନ କରିଥିଲେ.. ବିକାଶ ପରିଷଦ କଂସାରୀଗୁଡା ସଭାପତି ଡଉଲ ରତ୍ନ ଚୌଧୁରୀ, ସଞ୍ଜି ବାଘ, ରାଜେନ୍ଦ୍ର ଦୁରିଆ, ନିରାକାର ବାଘ, ଜ୍ୟୋତି ଚୌଧୁରୀ, ରାଘବ ନାଏକ, ସୁଦର୍ଶନ ବାଘ ବିଜୁ ମହାନ୍ତି ସହ ଅନ୍ୟାନ୍ୟ ଉପସ୍ଥିତ ଥିଲେ

Leave A Reply

Your email address will not be published.