ଝାରବନ୍ଧ.. ଝାରବନ୍ଧ ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ସଂଘ ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସଂଘ ର ସଂପାଦକ ଶ୍ରୀଯୁକ୍ତ ଜହନ କୁମ୍ଭାର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କ ସମାଜ ପ୍ରତି କର୍ତ୍ତବ୍ୟ ଏବଂ ଏହାର ଉପକାରିତା ଦିଗରେ ସମ୍ପାଦକ ଆଲୋକପାତ କରିଥିବା ବେଲେ ନିର୍ଭିକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମ୍ବାଦ ପରିବେଷଣ କରିବା ପୂର୍ବରୁ ଝାରବନ୍ଧ ଅଞ୍ଚଳର ସମସ୍ୟା କୁ କିପରି ପ୍ରଶାସନ ଓ ଶାସନ ଗୁରୁତ୍ୱ ଦେଇ ସମାଧାନ କରିବ ତାହା ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ବଂଶୀଧର ନାୟକ, ପ୍ରଦୀପ ପ୍ରଧାନ, ଶିବପ୍ରସାଦ ପଟେଲ, ଆଶିଷ କୁମାର ବାରିକ, ଦୀପକ ସାହୁ ପ୍ରମୁଖ ଯୋଗଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post