ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ସଦର ମହକୁମା, ମିଶନ ଶକ୍ତି ସଭା ଗୃହରେ, ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣମଞ୍ଜରୀ ବିଶୋଇ, ଡ଼ିଏଫଓ, ରଂଜିତା ବେହେରା, ସିଡ଼ିଭିଓ, ରାଧେଶ୍ୟମ ଲାଇକ, ସିଡ଼ିଏଓ, କମଳ ଲୋଚନ ନାୟିକ, ଏଏଚଓ, କୁମୁଦ ଚନ୍ଦ୍ର ମହାନ୍ତି, ଏପିଡ଼ି ମୂର୍ତ୍ତିକା ସଂରକ୍ଷଣ ପ୍ରମୋଦ କୁମାର ବେହେରା, ଦୀପା କୋଡିନେଟର, ହରପ୍ରସାଦ କଂସ ଏମ କେ. ୟୁ. ଆଇ କୋଡିନେଟର ବୈଜନ୍ତମାଳା ମାଝୀ ସଫଳ ମାଛ ଚାଷୀ ଇରଫାନ ଖାନ, ଏସ. ଏଚ. ଜି., ସି ଆର. ପି ସଭ୍ୟା ବିଭିନ୍ନ ବ୍ଲକର ଚାଷୀକ ସହ ଏ. ଏଫ. ଓ. ଭାଗ ନେଇଥିଲେ. |ଏହି ଅବସରରେ ଅଧିକାରୀଗଣ ଉନ୍ନତ ପ୍ରଣାଳୀରେ ଚାଷ ଦ୍ଵାରା କିପରି ଚାଷୀ ଲାଭବାନ ହୋଇପାରିବ ଓ ଆଗାମୀ ଦିନରେ କିପରିଭାବେ ନବରଙ୍ଗପୁର ଜିଲ୍ଲା କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବ ତାହା ଚାଷୀଙ୍କୁ ବୁଝାଇଥିଲେ |
ଏହି ଅବସରରେ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.