ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ପଦ୍ମଜା ପ୍ରିମିୟମ୍ ହୋଟେଲଠାରେ ରୋଟାରି କ୍ଲବ୍ ଭୁବନେଶ୍ବର ମିଡୋଜ ପକ୍ଷରୁ ନବମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ବର-କଟକ ଟ୍ବିନ୍ ସିଟିର ପୁଲିସ୍ କମିଶନର ଆଇପିଏସ୍ ଶ୍ରୀସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍ ଶ୍ରୀମତୀ ଜୟଶ୍ରୀ ମହାନ୍ତି, ପିଡିଜି ରୋଟାରିଆନ୍ ଅଶ୍ବିନୀ କର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ନିର୍ଦ୍ଦେଶକ ଯୋଡ଼ି ଏହି କାର୍ଯ୍ୟକ୍ରମର ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।
୨୦୨୩-୨୪ ବର୍ଷ ପାଇଁ ଭୁବନେଶ୍ବର ଶାଖାର ବିଦାୟୀ ସଭାପତି ରୋଟାରିଆନ୍ ଶ୍ରୀଯୁକ୍ତ ଶାନ୍ତନୁ ମହାପାତ୍ରଙ୍କଠାରୁ ରୋଟାରିଆନ୍ ଶ୍ରୀଯୁକ୍ତ ସୁରଜ କୁମାର ରାଜ ଦାୟିତ୍ବ ଗ୍ରହଣ କରିଥିଲେ। ସେହିଭଳି ବିଦାୟୀ ସମ୍ପାଦକ ରୋଟାରିଆନ୍ ଶ୍ରୀଯୁକ୍ତ ବିକାଶ ଗରାବଡ଼ୁଙ୍କଠାରୁ ରୋଟାରିଆନ୍ ଶ୍ରୀଯୁକ୍ତ ସଞ୍ଜୀବ କୁମାର ହୋତା ଦାୟିତ୍ବ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ବିଦାୟୀ ସଭାପତି ରୋଟାରିଆନ୍ ଶ୍ରୀଯୁକ୍ତ ଶାନ୍ତନୁ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀଯୁକ୍ତ ବିକାଶ ଗରାବଡ଼ୁ ୨୦୨୨୨-୨୩ ବର୍ଷରେ କ୍ଲବ୍ର କାର୍ଯ୍ୟକ୍ରମଗୁଡ଼ିକ ବାବଦରେ ବିବରଣୀ ପାଠ କରିଥିଲେ। ଏହାପରେ ୨୦୨୨୨-୨୩ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯିବା ସହ କଲାର ଚେଞ୍ଜ, ଚାର୍ଟର ହସ୍ତାନ୍ତର ଆଦି କରାଯାଇଥିଲା। ରୋଟାରିଆନ୍ ଶ୍ରୀଯୁକ୍ତ ସୁରଜ କୁମାର ରାଜ ନୂଆ ଟିମ୍ର ପରିଚୟ ପ୍ରଦାନ କରିବା ସହ ଆଗାମୀ ବର୍ଷ ପାଇଁ ଆକ୍ସନ୍ ପ୍ଲାନ୍ ବିଷୟରେ ଜଣାଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା କ୍ଲବ୍ ବୁଲେଟିନ୍ ରିଲିଜ୍ କରାଯାଇଥିଲା।
ନିଜ ଭାଷଣରେ, ଅତିଥିମାନେ ୨୦୨୨-୨୩ ବର୍ଷରେ କ୍ଲବ୍ ତରଫରୁ ଗ୍ରହଣ କରାଯାଇଥିବା ବଦାନ୍ୟ ଏବଂ ବିକାଶ ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏପରିକି ଭବିଷ୍ୟତ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ଶେଷରେ ରୋଟାରିଆନ୍ ଶ୍ରୀଯୁକ୍ତ ବୁଦ୍ଧ ପ୍ରକାଶ ମହାପାତ୍ର ଧନ୍ୟବାଦ ଜ୍ଞାାପନ କରିଥିଲେ ଏବଂ ରୋଟାରିଆନ୍ ଶ୍ରୀଯୁକ୍ତ ସୁରଜ କୁମାର ରାଜ ସଭା ସାଙ୍ଗ କରିଥିଲେ।
ଏହି କାର୍ଯ୍ୟକ୍ରମ ଆୟୋଜନରେ ରୋଟାରାକ୍ଟ କ୍ଲବ୍ର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post