ବାସୁଦେବପୁର – ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି ଓ ସମାଜସେବା କ୍ଷେତ୍ର ରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଡକ୍ତର ପ୍ରତାପ ନାୟକ। ତାଙ୍କର ଶିକ୍ଷା ଏମ ଏ, ପି ଏଚ ଡି, ଏମ ବି ଏ। ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ରେ ସେ ୧୯୮୫ ରେ ତୃପ୍ତି ମହିଳା ମହାବିଦ୍ୟାଳୟ ରୁ ଆରମ୍ଭ କରି ଅଟଳ ବିହାରୀ ମହାବିଦ୍ୟାଳୟ ବାସୁଦେବପୁର, ପରେ ଅଧ୍ୟକ୍ଷ ଭାବ ରେ ସ୍ଵର୍ଣ୍ଣ ଚୁଡ଼ କଲେଜ ନୀଳଗିରି ରେ ଅବସର ଗ୍ରହଣ କରିସାରିଛନ୍ତି।ତାଙ୍କ ର ଛାତ୍ର ଜୀବନ ରେ ସେ ଅଣ ରାଜନୈତିକ ଛାତ୍ର ସଂଗଠନ ଏ ବିଭି ପି ସହ କାର୍ଯ୍ୟ କରୁଥିଲେ। ପରେ ସେ ଏ ବି ଭି ପି ର ବାସୁଦେବପୁର ନଗର ଓ ଜିଲ୍ଲା ଦାୟିତ୍ଵନେଇ କାର୍ଯ୍ୟ କରି ଛନ୍ତି। ବାସୁଦେବପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଦୁଇ ଥର ସମ୍ପାଦକ ଭାବରେ କାର୍ଯ୍ୟ କରି ଛନ୍ତି। ଅବସର ପରେ ସକ୍ରିୟ ରାଜନୀତି ରେ ପାଦ ଥାପି ଛନ୍ତି ବୋଲି ସେ କହିଛନ୍ତି। ରାଜନୀତି କୁ କାହିକି ଆସିଲେ ବୋଲି ପ୍ରଶ୍ନ ର ଉତ୍ତର ରେ ସେ କହିଛନ୍ତି ମୁଁ ରାଜନୀତି ମାଧ୍ୟମ ରେ ସମାଜସେବା ଓ ଜନ କଲ୍ୟାଣ କାର୍ଯ୍ୟ କର୍ମ ସୁଚାରୁ ରୂପେ କରି ପାରିବି ବୋଲି ସ୍ଥିର କରି ରାଜନୀତି ରେ ପାଦ ଥାପିଛି। ଆଦର୍ଶ ରୂପେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କୁ ସେ ଗ୍ରହଣ କରିଛନ୍ତି। ଅଧିକ ଅନୁପ୍ରାଣିତ ହୋଇଛନ୍ତି ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟ ଶୈଳୀ ରେ, କୋରନାସମୟ ରେ ମୋଦୀ ଜି ଯେଉଁ ଭଳି ମୁକାବିଲା କଲେ ତାହା ଅତି ପ୍ରଶଂସା ଯୋଗ୍ୟ। ପ୍ରଧାନ ମନ୍ତ୍ରୀ ଙ୍କ ର ସମସ୍ତ ଜନ କଲ୍ୟାଣ କାର୍ଯ୍ୟ ଅତି ପ୍ରଶଂସନୀୟ। ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏବେକାର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦ୍ଵାରା ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି କୁ ମୋର ରାଜନୈତିକ ଦଳ ରୂପେ ଗ୍ରହଣ କଲି। ବାସୁଦେବପୁର ରେ ଆପଣ କିଭଳି କାର୍ଯ୍ୟ କରିବେ ବୋଲି ପ୍ରଶ୍ନ ର ଉତ୍ତର ରେ ସେ ସମସ୍ତ ଙ୍କ ସହ ମିଳି ମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ସଂଗଠନ ଏକ ହୋଇ , ଏକ ମନ ରେ, ଏକ ଭାବନା ରେ ବାସୁଦେବପୁର ରେ ଆଗାମୀ ନିର୍ବାଚନ ଲଢ଼ିବ। ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଅବଗତ କରିଛନ୍ତି। ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ଅଭାବ , ଉଠା ଦୋକାନୀ ମାନଙ୍କ ତରବରିଆ ଭାବରେ ଉଚ୍ଛେଦ ପରେ ଥଇଥାନ ନ ହେବା, ଚାରି ବାଟିଆ ଠାରେ ପୋଲ ନିର୍ମାଣ, ଆବାସ ଦୁର୍ନୀତି,5 t ଦୁର୍ନୀତି, ରାସନ୍ କାର୍ଡ ପ୍ରଦାନ ରେ ଅନିୟମିତତା, ଏମିତି ବହୁ ଦୁର୍ନୀତି ରେ ଶାସକ ଦଳ ପାହାଡ ଉପରେ ଛିଡା ହୋଇଛି ବୋଲି ସେ କହିଛନ୍ତି। ଶାସକ ଦଳ ର ନେତା ମାନେ ପ୍ରଚୁର ଅର୍ଥ ପ୍ରଦାନ କରି ଭୋଟ ନେଉଛନ୍ତିବୋଲି ସେ କହିଛନ୍ତି। ବିଜେପି ର ଯୋଗ ଦେଇ ବାସୁଦେବପୁର ରେ ସମସ୍ତ ଙ୍କ ସହ ରହି ସଂଗଠନ ଆଗକୁ ବଢିବା ପାଇଁ ନିଜକୁ ସମର୍ପିତ କରିଛନ୍ତି ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post