ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ବ୍ରାହ୍ମଣ ସିତପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଠାରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯିବା ସହିତ ମହିଳା ମାନଙ୍କୁ ଚାରା ବଣ୍ଟନ ମଧ୍ୟ କରାଯାଇଥିଲା। ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭିନ୍ନ ମଞି ଯଥା :- ପଣସ , ଆମ୍ବ , ବରକୋଳି ଓ ଜାମୁକୋଳି ମଞିକୁ ନେଇ ମାଟିରେ ରଖି ତାହାକୁ ଗୋଲ କରି ପାଖ ଜଙ୍ଗଲ ମଧ୍ୟକୁ ଫୋପାଡା ଯାଇଥିଲା। ।
ଏହି ଅବସରରେ ସଂଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି ବୃକ୍ଷ ହିଁ ଜୀବନ ସଂପର୍କରେ ବୁଝାଇବା ସହିତ ସପଥ ପାଠ କରାଇଥିଲେ ଯେ କେବଳ ଗୋଟିଏ ଦିନ ନୁହେଁ ବର୍ଷା ଋତୁରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନକୁ ଯାଇ ବୃକ୍ଷ ରୋପଣ କରାଯିବ ବୋଲି କହିଥିଲେ। ସଙ୍ଗଠନର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ପରିବେଶ ସୁରକ୍ଷା ନିମନ୍ତେ ଓ ଭୁମଣ୍ଡଳ ର ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ କେବଳ ବୃକ୍ଷ ହିଁ ଏକାନ୍ତ ଆବଶ୍ୟକ ବୋଲି ବୁଝାଇ ଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଶ୍ରୀ କାହ୍ନୁଚରଣ ଭୋକ୍ତା , ଗ୍ରାମ ଜନ କଲ୍ୟାଣ ସଦସ୍ୟ ସୁଜିତ କୁମାର ପଣ୍ଡା , କେ. ବିଜୟ , ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା , ଆଶା ତ୍ରିବେଣୀ , କୃଷ୍ଣ ବେଣୀ , ଧନ ଲକ୍ଷ୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post