ହିଲଟପ ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିଲଟପ ସ୍ନାତକ ମହାବିଦ୍ୟାଳୟରେ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ଯାପକ ସନ୍ତୋଷ କୁମାର ନନ୍ଦଙ୍କ ତତ୍ୱାବଧାନରେ ୮୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଏହି ପରିପେକ୍ଷୀରେ ମହାବିଦ୍ୟାଳୟ ପରିସରରେ ୫୦ ରୁ ଉର୍ଦ୍ଧ୍ଵ ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ପଣ୍ଡା , ଶିବଶଙ୍କର ସୁଖ ବିନ୍ଦର ସିଂ, ଅଧ୍ଯାପିକା ରୀତାକୁମାରୀ ଶତପଥୀ , ସ୍ୱର୍ଣ୍ଣପ୍ରଭା ସାହୁ ଓ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.