ଅଧାରୁ ପାଠ ଛାଡି ଥିବା ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ

0 1

 ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ସ୍ଥିତ ଗ୍ରାମତରଙ୍ଗ, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟଠାରେ ଅଧାରୁ ପାଠ ଛାଡ଼ିଥିବା ୧୮ବର୍ଷରୁ ଉର୍ଧ୍ଵ ପିଲାମାନଙ୍କ ପାଇଁ ଏକ ପରାମର୍ଶ ଓ ସ୍ୱଳ୍ପ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମରେ ନାମଲେଖା ନିମନ୍ତେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ଧନ୍ଦାମୂଳକ ଶିକ୍ଷା ପ୍ରଦାନ ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ପିଲାମାନଙ୍କୁ ସାମିଲ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଯାଜପୁର, ଜଗତସିଂପୁର ଓ କଳାହାଣ୍ଡି ଜିଲ୍ଲାରୁ ୩୦ଜଣ ଅଧାରୁ ପାଠ ଛାଡ଼ିଥିବା ପିଲା ଓ ସେମାନଙ୍କ ସହଯୋଗୀ ଶିକ୍ଷକ / ଶିକ୍ଷୟତ୍ରୀ ତଥା ଅଭିଭାବକମାନେ ଯୋଗଦାନ କରିଥିଲୋ
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ଅତିରିକ୍ତ ନିର୍ଦ୍ଦେଶକ, ଶ୍ରୀ ଭଗବାନ ବେହେରା, ଉପନିର୍ଦ୍ଦେଶିକା ଶ୍ରୀମତୀ କଳ୍ପନା ହାଂସଦା, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA)ର ଆଞ୍ଚଳିକ ସହ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପାତ୍ର, ଏଲ୍. ଆଣ୍ଡ୍ ଟି. ର (L&T) ସହ ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ଗ୍ରାମତରଙ୍ଗର ବରିଷ୍ଠ ଜେନେରାଲ ମ୍ୟାନେଜର ଶ୍ରୀ ସଂଜୀବ ମିଶ୍ର ଓ ଶ୍ରୀ ଅଜୟ କୁମାର ରାଉତ ଏବଂ ସହ ଜେନେରାଲ ମ୍ୟାନେଜର ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପିଲାମାନଙ୍କୁ ଦିଗ୍ଦର୍ଶନ ଦେଇ ଉତ୍ସାହିତ କରିଥିଲୋ ଓସେପା ଓ ଗ୍ରାମତରଙ୍ଗର ସହଯୋଗୀ କର୍ମକର୍ତ୍ତାମାନେ ଉକ୍ତ ପରାମର୍ଶ ଶିବିରକୁ ପରିଚାଳନା କରିଥିଲୋ ଆଗାମୀ ଦିନରେ ଏହି ପରାମର୍ଶ କାର୍ଯ୍ୟକ୍ରମ ଚାଲୁ ରହିବା

Leave A Reply

Your email address will not be published.