ଭୁବନେଶ୍ୱର:ରାଜ୍ୟ କୃଷି ଭବନଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ୍ ଏସ୍ସିଇଆରଟି) ପକ୍ଷରୁ ନବ ମନୋନୀତ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କର ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିା ସେମାନଙ୍କୁ ରାଜ୍ୟର ୩୦ଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମେତ ୪ଟି ବ୍ଲକ୍ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ଦିଆଯିବା
ଟିଇ ଓ ଏସ୍ସିଇଆରଟିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢୀ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କୁ ସ୍ୱାଗତ କରିଥିଲୋ ଶିକ୍ଷକମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେଇ ଶିକ୍ଷାର ଉନ୍ନତି ଦିଗରେ ନିଜର ଶ୍ରେଷ୍ଠ ଅବଦାନ ଦେବାକୁ ସମସ୍ତ ଶିକ୍ଷକ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଥିଲୋ
୧୨୦ ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗ ଲିଖିତ ପରୀକ୍ଷା କରିଥିଲାା ଲିଖିତ ପରୀକ୍ଷା କରାଯାଇ ୧୦୮ ପ୍ରାର୍ଥୀଙ୍କୁ ଆୟୋଗ ମନୋନୟନ କରିଥିଲାା ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କର ଆବଶ୍ୟକ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲାା ଏହାସହ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସହ ୪ଟି ବ୍ଲକ୍ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଖାଲି ଥିବା ପଦବୀରେ ଯୋଗଦେବାକୁ ପ୍ରାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ଚୟନ କରିଥିଲୋ
କାର୍ଯ୍ୟକ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟର ପ୍ରମୁଖ ଉପସ୍ଥିତ ଥିଲୋ ଟିଇ ଓ ଏସ୍ସିଇଆରଟିର ପ୍ରଶାସନିକ ଅଧିକାରୀ, ସମସ୍ତ ସହକାରୀ ନିର୍ଦ୍ଦେଶକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲୋ
Sign in
Sign in
Recover your password.
A password will be e-mailed to you.