ପ୍ରଥମ ଦିନରେ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ୧,୮୬,୭୮୭ ଜଣଙ୍କୁ ସୂଚନା ପତ୍ର

0 1

ହ୍ୱାଟସଆପ ସୂଚନା ଆଧାରରେ ହୋଇପାରିବ ନାମ ଲେଖା

ଭୁବନେଶ୍ୱର:ରାଜ୍ୟର ୨୧୫୮ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖା ଆରମ୍ଭ ହୋଇଛିା ଏହା ଜୁଲାଇ ୭ ତାରିଖରୁ ୧୩ ତାରିଖ ଯାଏ ଚାଲିବା ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସେମାନଙ୍କ ହ୍ୱାଟ୍ସଆପରେ ସୂଚନା ବା ଇଣ୍ଟିମେସନ ପଠାଯାଇଛିା ଯଦି କୌଣସି ଛାତ୍ରଛାତ୍ରୀ ନିଜର ଇଣ୍ଟିମେସନ ଲେଟର ଆଣି ଆସିନଥାନ୍ତି, ତେବେ ସେମାନଙ୍କ ହ୍ୱାଟ୍ସଆପ ମେସେଜ ଦେଖାଇ ନାମ ଲେଖାଇ ପାରିବୋ ଏଦିଗରେ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା
ପ୍ରତିଦିନ ଘଣ୍ଟାପ୍ରତି ୧୫ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଇଣ୍ଟିମେସନ ପଠାଯାଇଛିା ପ୍ରତ୍ୟହ ଅପରାହ୍ନ ୪ଟାରୁ ୫ଟା ବିଳମ୍ବରେ ଆସିଥିବା ପିଲାଙ୍କ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରାଯାଇଛିା ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖରେ କୌଣସି କାରଣରୁ ନାମଲେଖା ପାଇଁ ଉପସ୍ଥିତ ହୋଇ ପାରିବେ ନାହିଁ, ତେବେ ସେମାନେ ଜୁଲାଇ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର. ଆୟାର ସୂଚନା ଦେଇଛନ୍ତିା

Leave A Reply

Your email address will not be published.