ଚାକିଡି କ୍ଲଷ୍ଟରର ତିନି ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0 2

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଚାକିଡି ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୁହାମାଲିଆ ଠାରେ ଚାକିଡି କ୍ଲଷ୍ଟର୍ ର ତିନି ଜଣ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉସ୍କି ର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ବେହେରା , ସରକାରୀ ପ୍ରାଥମିକ ବିଦ୍ୟାଳୟ ବଣପଣ୍ଡୁଗଣ୍ଡି ର ପ୍ରଧାନ ଶିକ୍ଷକ ବିଜୟ ମହାନ୍ତ , ସରକାରୀ ପ୍ରାଥମିକ ବିଦ୍ୟାଳୟ ଅସୁରା ର ପ୍ରଧାନ ଶିକ୍ଷକ ଦଶରଥ ନାଏକ ଙ୍କ ଅବସର କାଳୀନ ଏହି ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅମିୟ ମହାନ୍ତଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ମୂଖ୍ୟ ଅତିଥି ଭାବରେ ଯଶିପୁର ବ୍ଲକ୍ ଶିକ୍ଷାଧିକାରୀ ମଙ୍ଗଳ ଚରଣ ସିଂ , ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଶିକ୍ଷାଧିକାରୀ ସାହେବ ଚନ୍ଦ୍ର ମହାନ୍ତ , ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଛୋଟରାୟ ସୋରେନ , ସି ଆର୍ ସି ସି ଖିତିଶ ମହାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ । ଚାକିଡି କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ଶିକ୍ଷକଙ୍କ ତରଫରୁ ଅବସର ଗ୍ରହଣ କରିଥିବା ତିନି ଶିକ୍ଷକ ଙ୍କୁ ମାନପତ୍ର, ଉପଢୌକନ ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ଅବସର ଗ୍ରହଣ କରିଥିବା ଶିକ୍ଷକ ଗଣ ତାଙ୍କ ଅନୁଭୂତି ବଖାଣିବା ସହ ଶିକ୍ଷକତା ଜୀବନ ମଧ୍ୟରେ ଛାତ୍ର ବତ୍ସଲ୍ୟ , ସମୟାନୁବର୍ତ୍ତିତା , ସରଳତା, ସହକର୍ମୀଙ୍କୁ ସ୍ନେହ ଶ୍ରଦ୍ଧା ଆଦି ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପୁରନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦୁର୍ଯ୍ୟୋଧନ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ । କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.