ଅଚିହ୍ନା ଯୁବକଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଠାବ

0 2

ଢେଙ୍କାନାଳ/ରବିନ୍ ଦାସ(01/07) ; କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ରେଳଧାରଣା ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଠାବ। ମୃତ ଯୁବକ ଜଣଙ୍କ ରେଳଧାରଣା ଠାରୁ ପ୍ରାୟ ୩୦ ମିଟର ଦୁରତାରେ ଉଲଗ୍ନ ଅବସ୍ଥାରେ ପଡିରହିଛି। ମୃତକର ମୁହଁ ଓ ଗୋଡରେ ଗଭିର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ପ୍ରାୟ ଦୁଇ ତିନିଦିନ ହେବ ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି । ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.