ଓଡ଼ଗାଁ ବାହାଡାଝୋଲା ନୂଆଗାଁ ରାସ୍ତାର ପ୍ରଶସ୍ତିକରଣର ଶୁଭାରମ୍ଭ

0 2

ବିଶାଳ ବାଇକ୍ ରାଲିରେ ଅରୁଣ ଏବଂ ରମେଶଙ୍କ ଶକ୍ତି ପ୍ରଦର୍ଶନ

କେବଳ ସ୍କୁଲ କଲେଜ ନୁହେଁ, ଧାର୍ମିକ ସ୍ଥଳ, ପର୍ଯ୍ୟଟନ ସ୍ଥଳ, କ୍ରିଡା, ସ୍ବାସ୍ଥ୍ୟକେନ୍ଦ୍ର, ଗମନାଗମନ କ୍ଷେତ୍ରର ରୁପାନ୍ତରିକରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସଙ୍କଳ୍ପ:ଅରୁଣ 

ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): କେବଳ ବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ, ଧାର୍ମିକ ସ୍ଥଳ, ପର୍ଯ୍ୟଟନ ସ୍ଥଳ, କ୍ରିଡା, ସ୍ବାସ୍ଥ୍ୟକେନ୍ଦ୍ର, ଗମନାଗମନ ସହିତ ଓଡ଼ିଶାର ଅନ୍ୟ ସବୁ ପ୍ରକାର କ୍ଷେତ୍ରର ରୁପାନ୍ତରିକରଣ ହେବ । ନୂତନ ଓଡ଼ିଶା ନିର୍ମାଣର କର୍ଣ୍ଣଧାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାହିଁ ଦୃଢ଼ ସଙ୍କଳ୍ପ ବୋଲି କହିଲେ ଅରୁଣ । ନୟାଗଡ଼ ନିର୍ବାଚନ ମଣ୍ଡଳୀ , ଓଡ଼ଗାଁ ବ୍ଳକ, ଓଡ଼ଗାଁ ଏନ୍ ଏସି ସହିତ ୫ ପଞ୍ଚାୟତର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ବିଧାୟକ ଅରୁଣ କୁମାର ସାହୁ, ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସହିତ ଓଡ଼ଗାଁ କଲେଜ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମପଞ୍ଚାୟତ ଦେଇ ଅନନ୍ୟ ପ୍ରସିଦ୍ଧି ଲାଭ କରିଥିବା ଶୈବପୀଠ ଦୂତୀକେଶ୍ବର ପହଁଞ୍ଚିଥିବା ବେଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଳକ ବାହାଡାଝୋଲା ଆଖପାଖ ୫ ପଞ୍ଚାୟତର ଏକ ହଜାରରୁ ଅଧିକ ସମର୍ଥକଙ୍କ ସହିତ ଦଶପଲ୍ଲା ବିଧାୟକ ରମେଶ ବେହେରା ବାଇକ ରାଲିରେ ବିଭିନ୍ନ ପଞ୍ଚାୟତ ଦେଇ ଦୂତୀକେଶ୍ବର ଠାରେ ଅରୁଣଙ୍କ ସହିତ ମିଳିତ ହୋଇଥିଲେ । ପ୍ରାୟ ୩ ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ୨୩ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ଗାଁ ବାହାଡାଝୋଲା ନୂଆଗାଁ ରାସ୍ତା ଉର୍ଣ୍ଣତି କରଣ କାର୍ଯ୍ୟର ୨ ବିଧାୟକ ଶୁଭାରମ୍ଭ କରିଥିଲେ । ଏବଂ ଦୁହେଁ ଏକାଠି ହୋଇ ନବୀନ ସରକାରଙ୍କ ଧାରାବାହିକ ବିକାଶର ଅଗ୍ରଗତି ସମ୍ପର୍କରେ ଅତିତ ଓ ବର୍ତ୍ତମାନର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକରେ କାର୍ଯ୍ୟକାରିତା ସମ୍ପର୍କରେ ଆମୂଳଚୁଳ ବର୍ଣ୍ଣନା କରିଥିଲେ । ବିକାଶ ଏବଂ ପ୍ରଗତି ନିୟମିତ ଚାଲିବ। ଜନସମର୍ଥନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଖୁବଶୀଘ୍ର ବାସ୍ତବ ରୂପରେଖ ନେବ ଏହା ନିଃସନ୍ଦେହ । ଏଠି ଖଣି ନାହିଁ କି ପାଣି ନାହିଁ କିନ୍ତୁ ଧାର୍ମିକ ସ୍ଥଳୀ ସହିତ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି । ଯାହାର ରୁପାନ୍ତରଣ ହେଲେ ଏହାର ବାଣିଜ୍ୟ ବ୍ୟବସାୟ ବୃଦ୍ଧି ସହିତ କର୍ମ ନିଯୁକ୍ତି ସମ୍ଭବ ହୋଇପାରିବ ବୋଲି ବିଧାୟକ ମାନେ କହିଥିଲେ । ମିଶନଶକ୍ତି ମହିଳାଙ୍କ ଆତ୍ମନିର୍ଭରଶୀଳ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ସ୍ବାବଲମ୍ବୀ ହୋଇପାରିଛନ୍ତି । ଏବଂ ସେମାନଙ୍କ ଉପରେ ଅଧିକ ଭରଷା ବିଶ୍ବାସ ବୃଦ୍ଧି ପାଇଥିବାରୁ ସେମାନଙ୍କ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଭାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ।

ସଭା ମଞ୍ଚରେ ଜିଲ୍ଲାପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଓଡ଼ଗାଁ ବ୍ଳକ ଉପାଧ୍ୟକ୍ଷା ମୀରା ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନୂଆଗାଁ ବ୍ଳକର ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଓଡ଼ିଆ ବ୍ଳକ ଚେୟାର ମ୍ୟାନ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.