ରାଇଘର/ନରସିଂ ବାଘ :ରାଇଘର : ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଘେରାଉ କଲେ ବିଜେପି।ସୂଚନା ପ୍ରକାରେନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧି ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ବୈଠକ ହଲରେ ଅନୁଷ୍ଠିତ ହୋଇଥିଲା ଦିଶା ବୈଠକ। ପ୍ରାରମ୍ଭରେ ଏହି ବୈଠକରେ ସାଂସଦ ରମେଶ ମାଝି, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସମସ୍ତ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିଲା। ଏହି ବୈଠକରେ ସାଂସଦ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରୁଥିବା ସମୟରେ ସିଡିଏମଓଙ୍କୁ ଡାକ୍ତର ନିଯୁକ୍ତି ତଥା ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟାର ସମାଧାନ କାହିଁକି ହୋଇ ପାରୁନି ବୋଲି ପ୍ରଶ୍ନ କରିଥିଲେ ସାଂସଦ ରମେଶ ମାଝି । ସୁଚନା ଥାଉ କି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ନବରଙ୍ଗପୁର ଗସ୍ତ ଅବସରରେ ଡାକ୍ତରଖାନାକୁ ପରିଦର୍ଶନ କରି 5ଟି ନାମ ଫଳକ ଦେଖି ଉତ୍ତେଜିତ ହୋଇ ପଡିବା ପରେ ଉକ୍ତ ସ୍ଥାନରୁ କାହିଁକି ନାମ ଫଳକ ଉଠାଗଲା ବୋଲି କହିବା ପରେ ସାଂସଦ ପ୍ରତିନିଧି ତଥା ରାଜ୍ୟ ଉଠା ଜଳ ସେଚନ ନିର୍ଦ୍ଦେଶକ ପ୍ରମୋଦ ପାଢ଼ୀ ଉତ୍ତେଜିତ ହୋଇ ପଡିବା ପରେ ତାଙ୍କୁ ଜବାବ ଦେବାକୁ ଯାଇ ଉମରକୋଟ ବିଧାୟକ ଓ ସାଂସଦ ରମେଶ ମାଝି, ମନୋହର ରନ୍ଧରୀ, ପ୍ରମୋଦ ପାଢ଼ୀଙ୍କ ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟରେ ବୈଠକ ସ୍ଥାନରେ ଗରମା ଗରମ ପରିସ୍ଥିତି ସୃଷ୍ଟି ହେବା ପରେ ତୁ ତୁ ମେ ମେ ପରିସ୍ଥିତିରେ ବିଧାୟକ 5ଟି ଦୁର୍ନିତି ର ଗନ୍ତାଘର ଓ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ସରକାରଙ୍କ ଛତ୍ର ଛାୟା ରେ ରହି ପାର୍ଟି ପାଇଁ ଚାନ୍ଦା ଆଦାୟ କରୁଥିବା ଯୋଗୁଁ ଜିଲ୍ଲାରେ ଦୁର୍ନିତି ଯୋଗୁଁ ବିକାଶ ହୋଇ ପାରୁ ନ ଥିବା କହିଥିଲେ ଓ ସେଠାରୁ ଚାଲିଯାଇଥିଲେ। ଦିସା ବୈଠକ ରେ ବିଧାୟକ ଙ୍କୁ ଅସମ୍ମାନ ଘଟଣା କୁ ନେଇ ଆଜି ରାଇଘର ବ୍ଲକ ଘେରାଉ କରାଯାଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.