ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗଜପତି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମହେନ୍ଦ୍ରଗିରି ପୌର ପରିଷଦ ଉଚ୍ଚ ବିଦ୍ୟାଳୟ ,ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଆ ବକୃତା , ପ୍ରବନ୍ଧ , କବିତା ଆବୃତ୍ତି , ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ବରିଷ୍ଠ ଓ କନିଷ୍ଠ ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗ ଛାତ୍ରଛାତ୍ରୀମାନେ ତା.୦୯-୭-୨୦୨୩ ଓ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନେ ତା ୧୬-୭-୨୦୨୩ ରିଖ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ଛାତ୍ର ଛାତ୍ରୀମାନେ ଯୋଗଦେବେ।
ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ୨୫ ଜୁଲାଇ ୨୦୨୩ ରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ପୂର୍ବାହ୍ନ ୧୦.୦୦ଘଟିକା ସମୟରେ ଅନୁଷ୍ଠିତ ହେବ।
ଏହି ଜିଲ୍ଳାସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ବିଚିତ୍ରାନନ୍ଦ ବେବର୍ତ୍ତା ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ଦଶ ଜଣ ବିଚାରକ ମଣ୍ଡଳୀ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମ୍ପାଦନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକର ୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post