ପୁରୀ (ଅନିମେଶ ପଟ୍ଟନାୟକ): ଚାଲିଛି ସୁନାବେଶ ଦର୍ଶନ। ମହଣ ମହଣ ସ୍ୱର୍ଣ୍ଣ ଅଲଙ୍କାରରେ ସୁସଜ୍ଜିତ ତିନି ଠାକୁର । ରଥାରୂଢ ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।
ପବିତ୍ର ସୁନା ବେଶର ସିଧା ପ୍ରସାରଣ ଦେଖନ୍ତୁ , ୨୯ ଜୁନ, ୨୦୨୩
ଆଜି ଆଷାଢ ଶୁକ୍ଳ ଏକାଦଶୀ ତିଥି । ଏହି ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ରଥାରୂଢ ଥିବାରୁ କାହିଁ କେଉଁ କୋଣ ଅନୁକୋଣରୁ କାଳିଆ ର ଚକା ନୟନକୁ ଦେଖିବାକୁ ଭକ୍ତଙ୍କ ସୁଅ ଛୁଟେ । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ୨୫% ଅଧିକା ଲୋକଙ୍କ ସମାଗମ ଆକଳନ କରାଯାଇ ଦର୍ଶନ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟି ଚାଲିଥିବାରୁ ସୁନାବେଶ ଦର୍ଶନର ଅବଧିକୁ ୧୧ ଟା ପରିବର୍ତ୍ତେ ରାତି ୧୨ ଟା ଯାଏଁ କରାଯାଇଛି । ଏ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।