ଚନ୍ଦାହାଣ୍ଡିରୁ ତ୍ରିଲୋଚନ ବେଶ୍ରା -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋତିଗାଁ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ରବିବାର ଦିନ ଅଭିଭାବକ ଯଥା ସହଭାଗୀ ବୈଠକ ଏବଂ ଜନ ଜାତୀୟ ଗୌରବ ଦିବସ ବଡ ଆଡମ୍ବର ସହକାରେ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରିମିଚାନ ଚୌହାନଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିବା ବେଳେ ଉକ୍ତ ବୈଠକରେ
ମୁଖ୍ୟ ଅତିଥିଭାବେ ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ,ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଶିକ୍ଷାବିତ ତଥା ସକ୍ରିୟ ବିଜେପି ନେତା ପୁରୁଷୋତ୍ତମ ପାରି, ବରେଣ୍ୟ ଅତିଥିଭାବେ ଗମ୍ଭାରୀଗୁଡା ପଞ୍ଚାୟତର ସରପଞ୍ଚ ମଥୁରା ପୂଜାରୀ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥିଭାବେ ସମିତି ସଭ୍ୟା ସୁଶ୍ରୀ ଗୌରୀ ନେଙ୍ଗୀ ମଞ୍ଚାସିନ ରହିଥିଲେ |ମୋତିଗାଁ ସରକାରୀ ଆଶ୍ରମ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନୀଳାମ୍ବର ବାଘ ଓ ଅବସର ପ୍ରାପ୍ତ ଶିକ୍ଷକ ନରେଶ୍ୱର ବେଶ୍ରା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିମନ୍ତ୍ରିତ ଅତିଥି ମାନଙ୍କୁ ବନ୍ଦାପନା କରି ମଞ୍ଚ ନିକଟକୁ ପାଛୋଟି ନେଇଥିଲେ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ମଞ୍ଚାସିନ କରେଇଥିଲେ |ପରେ ସମସ୍ତ ଅତିଥି ମଞ୍ଚ ନିକଟରେ ଥିବା ବିଘ୍ନ ହର୍ତ୍ତା ଗଜାନନଙ୍କ ପ୍ରତିମା ନିକଟରେ ପୂଜାର୍ଚନା କରି ସଭାକାର୍ଯ୍ୟକୁ ଆଗେଇ ନେଇଥିଲେ |ମଞ୍ଚାସିନ ଅତିଥିମାନେ ଅଭିଭାବକ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ସୁସମ୍ପର୍କ ସ୍ଥାପିତ ହୋଇଥାଏ, ସେ ବିଷୟରେ ନିଜ ନିଜ ଅବିଭାଷଣରେ ଉପସ୍ଥାପନା କରିବା ସହ ପ୍ରଭୁ ବିର୍ସା ମୁଣ୍ଡାଙ୍କ ଜନ୍ମ, ଜୀବନୀ ଓ ଆଦିବାସୀ ମାନଙ୍କ ସୁରକ୍ଷା, ସମ୍ମାନ, ଅଧିକାର ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ନିଜ ନିଜ ବକ୍ତବ୍ୟରେ କହିବା ସହିତ ତାଙ୍କ ନୀତି ଆଦର୍ଶକୁ ପାଥେୟ କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ | ବିଦ୍ୟାଳୟର ସହକାରୀ ଶିକ୍ଷକ ସୂଚିତ କୁମାର ସାହୁ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ସାହୁ,ମୁରଲୀ ମୋହନ ହାତୀ,ବିଭୁଭୂଷଣ ସ୍ୱାଇଁ, ପ୍ରହଲ୍ଲାଦ ଭୂୟାଁ ,ପିଙ୍କି ପ୍ରିୟା ବାଘ,ଜୟମତି ମାଝୀ ପ୍ରମୁଖ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post