ଭୁବନେଶ୍ୱର, ୨୯ । ୬: କିଟ୍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍ଏମ୍ କମ୍ୟୁନିଟି ରେଡ଼ିଓ। ସ୍ଥାନୀୟ କର୍ପୋରେଟର୍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, ପଥରଗାଡ଼ିଆ ଆଦି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କମ୍ୟୁନିଟି ରେଡିଓ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ୨୫ ବର୍ଗ କିଲୋମିଟର ଅଞ୍ଚଳର ଜନସାଧାରଣଙ୍କୁ ଏହି ରେଡିଓ ମାଧ୍ୟମରେ ବିଭିନ୍ନ ସୂଚନା ଓ ମନୋରଞ୍ଜନ ଯୋଗାଇ ଦିଆଯାଇପାରିବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ। ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଓ ଆଞ୍ଚଳିକ ବିକାଶ ଦିଗରେ ଏହି ରେଡ଼ିଓ କାର୍ଯ୍ୟ କରିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟଜିତ ରାୟ ଫିଲ୍ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କଳିଙ୍ଗ ଭାରତୀ କମ୍ୟୁନିଟି ରେଡିଓର ମୁଖ୍ୟ ଅନାଦି ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.