ହାଇଦ୍ରାବାଦ ସହରରେ ରଥଯାତ୍ରା: ପ୍ରବାସୀ ଓଡ଼ିଆ ଶ୍ରଦ୍ଧାଳୁମାନେ ପାଳିଲେ ଏହି ପର୍ବ

0

ଢେଙ୍କାନାଳ/ ରବିନ୍ ଦାସ ;ଓଡିଶା ରାଜ୍ୟ ରୁ  ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ର ସଦନଗର ଏରିଆ ରେ ୧୫ ବର୍ଷ ହେବ ରହି ଆସୁଛନ୍ତି ପପୁନ , ତୃପ୍ତି , ଉପେନ୍ଦ୍ର , ରିଙ୍କୁ, ପର୍ଶୁରାମ,ସର୍ବେଶ୍ୱର, ଶଙ୍କର, ଦିବ୍ୟା, ରମେଶ , ସନ୍ତୋଷ, ଅକ୍ଷୟ, ସୁଶାନ୍ତ ଙ୍କ ସମେତ ଅନେକ ପ୍ରବାସୀ । ଓଡ଼ିଆ ଜାତିର ପରିଚୟ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପର୍ବରେ ଏମାନେ ମଧ୍ୟ ଖୁବ୍ ଧୁମଧାମରେ ଏହି ପର୍ବ ପାଳନ କରନ୍ତି । ସବୁବର୍ଷ ଭଳି ଏବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି ଏହି ଓଡ଼ିଆ ପ୍ରବାସୀ ରହୁଥିବା ସଦନଗରରେ । ମା’ ମାଉସୀ ଘରକୁ ଯାତ୍ରା ଓ ବାହୁଡା଼ ଯାତ୍ରା ଓଡ଼ିଆ ପରମ୍ପରା ସହ ବହୁ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ପାଳିତ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତ ଙ୍କ ଭିଡ ଦେଖି ବାକୁ ମିଳିଥିଲା । ହରି ବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠୁଥିଲା ହାଇଦ୍ରାବାଦ ସହରର ସଦନଗର । ସ୍ଥାନୀୟ ଭକ୍ତ ମାନଙ୍କ କହିବାନୁଯାୟୀ ଏ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୧୨ ବର୍ଷ ହେବ ପାଳନ ହୋଇଆସୁଛି । ପ୍ରଥମେ ଅଳ୍ପ ସଂଖ୍ୟକ ଓଡ଼ିଆ ପ୍ରବାସୀ ଆରମ୍ଭ କରିଥିଲେ ଯାହା ଏବେ ଅନେକ ଓଡ଼ିଆ ଭାଇ ଭଉଣୀ ମାନଙ୍କ ମିଳିତ ସହଯୋଗ ରେ ଏକ ବିରାଟ ରଥଯାତ୍ରା ରେ ପରିଣତ ହୋଇ ପାରିଛି l ପ୍ରବାସୀ ଓଡ଼ିଆଙ୍କ ସମେତ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ରଥଯାତ୍ରା ପର୍ବରେ ସାମିଲ୍ ହେଉଥିବା କୁହନ୍ତି ପ୍ରବାସୀ ।

Leave A Reply

Your email address will not be published.