ପ୍ରଣବ ଙ୍କୁ କେଦାରନାଥ ବୁଲାଇଲେ ସୁଶାନ୍ତ

0

https://youtu.be/LAqj08nBajc

କେଦାରନାଥ ମନ୍ଦିର ଆହୁରି ଆକର୍ଷଣୀୟ ହେବ :- ସୁଶାନ୍ତ ସିଂ

ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ରହିଛି ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା । ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଅନେକ ବିଶ୍ୱ ପ୍ରସିଦ୍ଧ ମନ୍ଦିର ବରଗଡ଼ ଜିଲ୍ଲା କୁ ଦେଶର କୋଣ ଅନୁକୋଣରୁ ତୀର୍ଥଯାତ୍ରୀ ମାନଙ୍କୁ ଆକୃଷ୍ଟ କରୁଛି । ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରେ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ବ୍ଲକ ରେ ରହିଛି ମହାପ୍ରଭୁ କେଦାରନାଥ ଙ୍କର ଅତି ସୁନ୍ଦର ଓ ଆଧ୍ୟାତ୍ମିକ ପୀଠ । ପ୍ରତ୍ୟେକ ଦିନ ଏହି ପିଠାକୁ ଓଡ଼ିଶା ତଥା ପଡ଼ିଶୀ ଛତିଶଗଡ଼ ରୁ ହଜାର ହଜାର ତୀର୍ଥଯାତ୍ରୀ ଓ ପର୍ଯଟକ ଆସିଥାନ୍ତି । ମୁଖ୍ୟତଃ ପ୍ରତେକ ସୋମବାର, ପର୍ବପର୍ବାଣି ଓ ଶ୍ରବଣ ମାସରେ ଏହି ପୀଠରେ ଶ୍ରଦ୍ଧାଳୁ ଙ୍କର ପ୍ରବଳ ରୁ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଗୋଟିଏ ଦଶନ୍ଧି ପୂର୍ବରୁ ଏହି ପୁଣ୍ୟପୀଠ ଚିତ୍ର ଅଲଗା ଥିଲା ଓ ଆଜି ବଦଳି ଯାଇଛି କେଦାରନାଥ ମନ୍ଦିର ପରିସର ର ଦୃଶ୍ୟ ।
ତୃଣମୂଳ ସ୍ତରରେ ଲୋକଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ଜଡିତ ରହି ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ଧରି ଲକଙ୍କ ସେବାରେ ନିଜକୁ ସମର୍ପିତ କରି ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଙ୍କର ବ୍ୟକ୍ତିଗତ ଉଦ୍ୟମ ଓ ଦେଖରେଖ କାରଣରୁ ମନ୍ଦିର ପରିସରରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ଯ ଫଳରେ ବଦଳି ଯାଇଛି ବାବା କେଦାରନାଥ ଙ୍କର ମନ୍ଦିର ପରିସର ର ଚିତ୍ର । ପର୍ଯଟକ , ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ମାନଙ୍କ ଆବଶ୍ୟକତା ମୁତାବକ ମନ୍ଦିର ପାରିସର କୁ ସୁନ୍ଦର କରାଯାଉଛି । ଯାହା ଫଳରେ ଆଜି ପୂର୍ବ ବର୍ଷ ତୁଳନାରେ ଅଧିକ ତୀର୍ଥଯାତ୍ରୀ ଏହି ପୀଠ କୁ ଆସୁଥିବା ପରିଲକ୍ଷିତ ହେଉଛି ।
ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ( ବବି ଭାଇ ) ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସନ୍ଧ୍ୟା ସମୟରେ ବାବା କେଦାରନାଥ ଙ୍କର ପୀଠକୁ ଯାଇଥିଲେ। ତାଙ୍କ ସହିତ ଉପସ୍ଥିତ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ , ବବି ଭାଇ ଙ୍କୁ ମନ୍ଦିର ପରିସର ରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ଯ ବାବଦରେ କହିବା ସହିତ ଆଗାମୀ ଦିନରେ ହେବାକୁ ଥିବା , ରଂଗବିରଙ୍ଗୀ ଲାଇଟ ବ୍ୟବସ୍ଥା , ଶିଶୁ ଉଦ୍ୟାନ ଓ ଅନ୍ୟାନ୍ୟ କାର୍ୟ୍ଯ ର ରୋଡ଼ ମେପ ଉପରେ କହିଥିଲେ । ଭଟଲି ରୁ ଅମ୍ବାଭନା ପର୍ଯ୍ୟନ୍ତ ପ୍ରାକୃତିକ ପରିବେଶ ମଧ୍ୟରେ ଯାତ୍ରା ପରେ ବାବା କେଦାରନାଥ ଙ୍କର ଦର୍ଶନ ଓ ଉନ୍ନୟନ ମୂଳକ କାର୍ୟ୍ଯ ଦେଖି ଖୁସି ଜାହିର କରିଥିଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ବବି ଦାସ ।

Leave A Reply

Your email address will not be published.