ମିଶନ ୨୦୨୪ ନିର୍ବାଚନ ପାଇଁ ବ୍ଲକ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆଗାମୀ ନିର୍ବାଚନରେ ବିଜେଡ଼ିର ବୃହତମ ବିଜୟ ପାଇଁ ଦୃଢ ସଂକଳ୍ପ

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ବିଜୁ ଜନତା ଦଳର କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଯେପରି ଏକ ବୃହତମ ବିଜୟ ହୋଇପାରିବ ସେ ନେଇ ସମସ୍ତ କର୍ମୀମାନେ ଦୃଢ ସଂକଳ୍ପ ନେଇଛନ୍ତି । ଏ ନେଇ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ପୈାରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାଧିକ ବିକାଶମୂଳକ ଯୋଜନା, ବିଜେଡ଼ି ସରକାରଙ୍କ ସଫଳତା ଏବଂ ବିଭିନ୍ନ କ୍ଷେତ୍ରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ବିକାଶମୂଳକ କାର୍ଯ୍ୟ , ଜନକଲ୍ୟାଣ ଯୋଜନା ସଂକ୍ରାନ୍ତ ବାର୍ତା ଲୋକମାନଙ୍କ ପାଖରେ ପହଂଚାଇବାକୁ ପ୍ରତ୍ୟେକ ବିଜେଡ଼ି କର୍ମୀମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହାଛଡ଼ା ପ୍ରତ୍ୟେକ ପଂଚାୟତରେ ସର୍ବନିମ୍ନ ୨୧ ଓ ସର୍ବାଧିକ ୩୦ ଜଣ ସଦସ୍ୟକୁ ନେଇ ବିଜେଡ଼ି ପଂଚାୟତ କମିଟି ଗଠନ କରିବା, ସେହିପରି ପ୍ରତ୍ୟେକ ୱାଡର଼୍ରେ ୨୧ ଜଣ ସଦସ୍ୟଙ୍କୁ ନେଇ ବିଜେଡ଼ି ୱାଡର଼୍ କମିଟି ଗଠନ କରିବା ପାଇଁ ସ୍ଥିର ହୋଇଥିଲା । ସେହିଭଳି ପଂଚାୟତରେ ଓ ୱାଡର଼୍ରେ ବିଜୁ ଯୁବ ଜନତା ଦଳ କମିଟି, ବିଜୁ ଛାତ୍ର ଜନତା ଦଳ କମିଟି, ବିଜୁ ମହିଳା ଜନତା ଦଳ କମିଟି, ବିଜୁ ସଂଖ୍ୟାଲଘୁ ଜନତା ଦଳ କମିଟି, ବିଜୁ କୃଷକ ଜନତା ଦଳ କମିଟି ଆଦି ସମାନ ସଦସ୍ୟମାନଙ୍କୁ ନେଇ ଗଠନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ଏହାଛଡ଼ା ପ୍ରତି ପଂଚାୟତରେ ଅନ୍ୟ ଦଳର କର୍ମୀମାନଙ୍କୁ ବିଜେଡ଼ିରେ ମିଶାଇବା ପାଇଁ ତାଲିକା ପ୍ରସ୍ତୁତ କରିବା, ପ୍ରତି ପଂଚାୟତରେ କାର୍ଯ୍ୟକାରିଣୀ ବୈଠକ ଡ଼କାଇ ସାଂଗଠନିକ ଆଲୋଚନା କରିବା ଏବଂ ଅଧିକ ରୁ ଅଧିକ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ହୋଇଛି । ଏଭଳି ହେବା ଦ୍ୱାରା ବିଜୁ ଜନତା ଦଳ ତୃଣମୂଳ ସ୍ତରରେ ମଝବୁତ ହେବା ସହିତ ଶତପ୍ରତିଶତ ସଫଳତା ମିଳିପାରିବ ବୋଲି ବୈଠକ ରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, , ବରିଷ୍ଠ ବିଜେଡ଼ି ନେତା ଦେବେନ୍ଦ୍ରନାଥ ସାହୁ, ଜ୍ୟୋତିପ୍ରକାଶ ସ୍ୱାଇଁ,ମହିଳା ନେତ୍ରୀ ରେଖାରାଣୀ ସାମନ୍ତରାୟ, ଧିରେନ୍ଦ୍ର ବେହେରା, ହିମାଂଶୁ ଶେଖର ମହାନ୍ତି , ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଡ, ବିପ୍ଳବ କାପ, ଜସ୍ମିତା ସେଠୀ, ମାଇନରିଟି ସେଲ ଜିଲ୍ଲା ଉପସଭାପତି ଜାକିର ଖାଁ ଙ୍କ ସମେତ ସରପଂଚ, ସମିତିସଭ୍ୟ ସଭ୍ୟା , ଜିଲ୍ଲାପରିଷଦ ସଭ୍ୟ ସଭ୍ୟା,ପଂଚାୟତ ସଭାପତି , ପଂଚାୟତ ବିଜେଡ଼ି ପର୍ଯ୍ୟବେକ୍ଷକ , ବ୍ଲକ ସ୍ତରୀୟ ସମସ୍ତ କର୍ମକର୍ତା ଏଥିରେ ଯୋଗ ଦେଇ ସାଂଗଠନିକ ଆଲୋଚନା କରିଥିଲେ ।

Leave A Reply

Your email address will not be published.