ଭୁବନେଶ୍ବର– ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ ଏକ ନିଆରା ଭକ୍ତି ଭାବାପନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଗୁହାରି” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦଯାପିତ ହୋଇ ଯାଇଛି। ଗତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଆଜିର ଉଦଯାପନୀ ଉତ୍ସବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଅତିରିକ୍ତ ସଚିବ ଶ୍ରୀ ମଧୁସୂଦନ ଦାଶ, କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଡଃ ସ୍ନେହପ୍ରଭା ସାମନ୍ତରାୟ, ଓଡିଶୀ ଗବେଷଣା କେନ୍ଦ୍ର ବିଭାଗୀୟ ମୁଖ୍ୟ ଗୁରୁ କେଶବ ଚନ୍ଦ୍ର ରାଉତ, ମର୍ଦ୍ଦଳ ପ୍ରଶିକ୍ଷକ ଗୁରୁ ସଚ୍ଚିଦାନନ୍ଦ ଦାସ, ବିଭାଗୀୟା ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୂଚୀସ୍ମିତା ମନ୍ତ୍ରୀ, ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ଉଦଯାପନୀ ସନ୍ଧ୍ୟାରେ ଶ୍ରୀମତୀ ତୃପ୍ତି ଦାସଙ୍କ କଣ୍ଠରୁ ମଧୁରାଷ୍ଟକମ, ଶ୍ରୀ ପ୍ରଶାନ୍ତ ପାଢୀଙ୍କ କଣ୍ଠରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚନାରୁ ଦୀନବନ୍ଧୁ ମୋ ଦୁଃଖ ନଗଲା ଯେ, ଶ୍ରୀମତୀ ବିରଜା ରଥଙ୍କ କଣ୍ଠରୁ ଶ୍ରୀକ୍ଷେତ୍ରେ ରହି ତୁମେ ଏ ଦୁଃଖୀକୁ ଗଲ ଭୂଲି, ଶ୍ରୀ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ କଣ୍ଠରୁ ପତିତପାବନ ବାନା ଆଉ କେତେ ଦିନକୁ, ସୁଶ୍ରୀ ବୈଷ୍ଣବୀ ଘୋଷଙ୍କ କଣ୍ଠରୁ ଭୂଜତଳେ ମୋତେ ରଖ ମହାବାହୁ, ଶ୍ରୀ ଚନ୍ଦନ ଗନ୍ତାୟତଙ୍କ କଣ୍ଠରୁ ଜଗବନ୍ଧୁ ଦୟାଳୁ ଆଉ ମାନ କାହିଁ ପାଇଁ, ଶ୍ରୀମତୀ ଅଞ୍ଜଳୀ ମିଶ୍ରଙ୍କ କଣ୍ଠରୁ ଭକ୍ତ ସାଲେବେଗଙ୍କ ରଚନାରୁ ଆହେ ନୀଳଗିରି ତୁମ୍ଭ ଶ୍ରୀଭୂଜେ ଦୟଣା କେରିକେରି, ଶ୍ରୀ ଜଗନ୍ନାଥ ତ୍ରିପାଠୀଙ୍କ କଣ୍ଠରୁ କାଳିଆରେ ଏତିକି ମାଗୁଣି ମୋର, ଶ୍ରୀ ଜଗନ୍ନାଥ ତ୍ରିପାଠୀଙ୍କ କଣ୍ଠରୁ ତୋ ଲାଗି ଧରି ଝୁଲା, ଶ୍ରୀ ପଦ୍ମଶ୍ରୀ ଖଟେଇଙ୍କ କଣ୍ଠରୁ ଘନ କାଳିଆ ବ୍ରଜ ଧୂଳିଆ ବନମାଳିଆ, ଶ୍ରୀ କାର୍ତ୍ତିକ ଚନ୍ଦ୍ର ସାହୁଙ୍କ କଣ୍ଠରୁ ଡାକେ ଯୋଡି ହାତ ଘେନ ଗୁହାରି ମଣିମା ଆଦି ଭଜନ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
କଣ୍ଠଶିଳୀ ମାନଙ୍କୁ ତବଲାରେ ଶ୍ରୀ ଶରତ ପାଣି, ମର୍ଦ୍ଦଳରେ ମୂରଲୀଧର ସ୍ବାଇଁ, କି-ବୋର୍ଡରେ ଶ୍ରୀ ବିଭୁପ୍ରସାଦ ତ୍ରିପାଠୀ, ଅକଟୋପ୍ୟାଡରେ ଶ୍ରୀ ଆଲୋକ ପୃଷ୍ଟି, ହାରମୋନିୟମରେ ଶ୍ରୀ ବସନ୍ତ କୁମାର ମିଶ୍ର, ବଂଶୀରେ ଅଭିରାମ ନନ୍ଦ ସହଯୋଗ କରିଥିଲେ ।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କାର୍ଯ୍ୟକ୍ରମ ଆୟୋଜନ ଓ ସଂପୃକ୍ତ ସମସ୍ତଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ପରିଚାଳନା ଓ ଡଃ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ସୁଦୂର ଲଣ୍ଠନରେ ରହୁଥିବା ପ୍ରବାସୀ ଓଡିଆ ଡଃ ଭାଗ୍ୟଶ୍ରୀ ସିଂ ମଧ୍ୟ ଆହେ ନୀଳଶୈଳ ପରିବେଷଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post