-
ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସଂଘ ତରଫରୁ ୪ ଲକ୍ଷ ୨୫ ହଜାର ଟଙ୍କା ସହାୟତା
-
ନିଖିଳ ଓଡ଼ିଶା ସରକାରୀ ହୋମିଓପାଥି ସେବା ସଂଘ ତରଫରୁ ବି ୨ ଲକ୍ଷ ୬୦ ହଜାର ୬୨୧ଟଙ୍କା ସହାୟତା
ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଜୁନ ୨ ତାରିଖରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪ ଲକ୍ଷ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ଶ୍ରୀ ଶୈଳେନ୍ଦ୍ର ନାରାୟଣ ନାୟକ, ସାଧାରଣ ସଂପାଦିକା ଜି.ମାନସୀ ମହାପାତ୍ର, ସଂଘର ପରିଚାଳନା କମିଟି ସଦସ୍ୟା ଅଙ୍କିତା ମିଶ୍ରଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l
ସେହିପରି ନିଖିଳ ଓଡ଼ିଶା ସରକାରୀ ହୋମିଓପାଥି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୬୦ ହଜାର ୬୨୧ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ଡା. ସଂଗ୍ରାମ କେଶରୀ ସ୍ୱାଇଁ, ଉପ ସଭାପତି ଡା. ସମାପିକା ରଥ, ସାଧାରଣ ସଂପାଦକ ଡା. ପୁଷ୍ପକ ଦୀକ୍ଷିତଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l