ବିଲକୁ ଖତ ବିଞ୍ଚିବାକୁ ଯାଇ ଅଂଶୁଘାତରେ ପ୍ରାଣ ହରାଇଲେ ବୃଦ୍ଧ

0

ଢେ଼ଙ୍କାନାଳ/ ରବିନ୍ ଦାସ: ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଞ୍ଚାୟତର ମୁରୁଗା ଗ୍ରାମର ଜଣେ ବୃଦ୍ଧ ବିଲକୁ ଖତ ବିଞ୍ଚିବାକୁ ଯାଇ ଅଂଶୁଘାତରେ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ୭୭ ବର୍ଷ ବୟସର ଏହି ବୃଦ୍ଧ ଜଣଙ୍କ ହେଉଛନ୍ତି ବ୍ରହ୍ମାନନ୍ଦ ମହାରଣା । ମୃତକଙ୍କ ପରିବାର ସଦସ୍ୟଙ୍କ କହିବାନୁଯାୟୀ ଆଜି ସକାଳୁ ସେ ବିଲକୁ ଖତ ବିଞ୍ଚିବାକୁ ବାହାରି ଯାଇଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ବିଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଅଚେତ ଅବସ୍ଥାରେ ପାଇ ସଙ୍ଗେ ସଙ୍ଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.